ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡ଼ା ବ୍ଲକ ଅନ୍ତର୍ଗତ କୁଶୁପଙ୍ଗୀ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରାଳୟ କଟକସ୍ଥିତ ନେହେରୁ ଯୁବ କେନ୍ଦ୍ର ସଂଗଠନର ସହଯୋଗ ଓ ବାଂକୀ ଚକାପଦାସ୍ଥ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦର ପରିଚାଳନାରେ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ସମାଜସେବୀ ତଥା ସ୍ଥାନୀୟ ସରପଞ୍ଚ ନରେଶ ଚନ୍ଦ୍ର ବେଉରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ସି.ଆର.ପି.ଏଫ୍ ର ବରିଷ୍ଠ ଅଧିକାରୀ କୁମୁଦିନି ସାହୁ, ନେହେରୁ ଯୁବ କେନ୍ଦ୍ର ସଂଗଠନର ଉପ ନିର୍ଦ୍ଦେଶକ ଅଶୋକ କୁମାର ଦାସ ଯୋଗଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀ ମାନଙ୍କୁ ଯୁବସମାଜର ପରିବାର ଏବଂ ସମାଜ ପ୍ରତି ନିଜର କର୍ତ୍ତବ୍ୟବୋଧ, ଦାୟିତ୍ବ ସହିତ ମା ଧରିତ୍ରୀକୁ ପୁଜା କରିବା ଓ ଦେଶ ପାଇଁ ଲଢ଼ିଥିବା ବୀର ସୈନିକ ମାନଙ୍କୁ ସମ୍ମାନିତ କରିବା ସଂପର୍କରେ ସଚେତନତା ବକ୍ତବ୍ୟ ରଖିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଅବସରରେ ବାଙ୍କୀ ଉପଖଣ୍ତର ଦୁଇଜଣ ବରିଷ୍ଠ ଅବସରପ୍ରାପ୍ତ ସେନା ଅଧିକାରୀ ଦେବରାଜ ରାଉତ, ଭୀମସେନ ରାଉତଙ୍କ ଦେଶପ୍ରେମର ଅବଦାନକୁ ସମ୍ମାନ ଜଣାଇ ମାନପତ୍ର ସହିତ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସଂବର୍ଦ୍ଧନା କରାଯାଇଥିଲା । ଆଦର୍ଶ ଯୁବ ପରିଷଦର ଆବାହାକ ଅକ୍ଷୟ କୁମାର ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ସଭାପତି ନିରଞ୍ଜନ ପଣ୍ଡା ଅନୁଷ୍ଠାନର ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଯୁବସମାଜ କିପରି ନୈତିକତା ଓ ଆଧ୍ୟାତ୍ମିକ ଶିକ୍ଷାକୁ ଦୁରେଇ ବିପଥଗାମୀ ହେଉଛି ତାହା ଉପରେ ସଂକ୍ଷିପ୍ତ ଆଲୋଚନା ମାଧ୍ୟମରେ ଯୁବସମାଜକୁ ଶପଥ ମାଧ୍ୟମରେ ସମାଜସେବୀ ଲଲାଟେନ୍ଦୁ ପଣ୍ଡା ସଚେତନ କରାଇଥିଲେ । ଯୁବ ସଂଗଠନ ସୁବ୍ରତ କୁମାର ନାୟକ, ସଂଯୋଜକ ବଂଶୀଧର ମହାପାତ୍ର , ସମାଜସେବୀ ରବୀନ୍ଦ୍ର ବେଉରା ପ୍ରମୂଖ ସମସ୍ତ କାର୍ଯ୍ୟକ୍ରମକୁ ସଫଳତାର ସହ ସମାପନ କରିବାରେ ସହଯୋଗ କରିଥିଲେ । ଶେଷରେ ଗଙ୍ଗାଧର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

