ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ଵର ପଣ୍ଡା : ମ୍ୟାଜିକ ଭିଡିଓ ମାଧ୍ୟମରେ ଜାତୀୟ ଦିବସର ଶୁଭେଚ୍ଛା ଜଣେଇଲେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ଯୁବ ସାମ୍ବାଦିକ ତଥା ସମାଜସେବୀ ରାକେଶ ସାହୁ ! ସାରା ଦେଶରେ ସ୍ୱାଧୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ବାଣପୁରର ଯୁବ ସାମ୍ବାଦିକ ରାକେଶ ସାହୁ ଲୁଚି ରହିଥିବା ଆଉ ଏକ କଳା ମାଧ୍ୟମରେ ଜଣାଇଛନ୍ତି ଶୁଭେଚ୍ଛା । ରାକେଶ ମଧ୍ୟ ଭଲ ମ୍ୟାଜିକ କରନ୍ତି । ସ୍ବାଧିନତା ଦିବସ ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ଙ୍କୁ ନିଜର ଏକ ମ୍ୟାଜିକ ଭିଡିଓ ମାଧ୍ୟମରେ ଶୁଭେଛା ଜଣେଇଥିବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।
ମ୍ୟାଜିକ ଭିଡିଓ ମାଧ୍ୟମରେ ଶୁଭେଚ୍ଛା ଜଣେଇଲେ ବାଣପୁର ର ଯୁବ ସାମ୍ବାଦିକ !!!

