ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବିଜେପି ପକ୍ଷରୁ ବାଙ୍କୀ ରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ସହିତ ବିଭାଜନ ଓ ବିଭୀଷିକା ସମ୍ପର୍କରେ ଆଲୋଚନାଚକ୍ର ! ଯୋଗଦେଲେ ରାଜ୍ୟ ବିଜେପି ସଭାପତି ! ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ସହିତ ବିଭାଜନ ବିଭୀଷିକା ସ୍ମୁତି ଦିବସରେ କଟକ ଜିଲ୍ଲା ର ବାଙ୍କୀ ବିଜେପି କାର୍ଯ୍ୟାଳୟରେ ଯୋଗଦେଲେ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ !
ଶୋଭାଯାତ୍ରା ଜାତମୁଣ୍ଡିଆ ଛକ ଠାରୁ ବାହାରି ବାଙ୍କୀ ସହର ପରିକ୍ରମା କରି ପହଂଚିଥିଲା ବିଜେପି ମୁଖ୍ୟ କାର୍ଯ୍ୟାଳୟ ଠାରେ ! ବିଭାଜନ ବିଭୀଷିକା କୁ ପ୍ରସଙ୍ଗ କରି ଦେଶର ଅଖଣ୍ଡତା କୁ ଅକ୍ଷୂର୍ଣ୍ଣ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାପୁରୁଷ ଙ୍କୁ ମନେ ପକାଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ସଭାର ସଭାପତିତ୍ୱ କରିଥିଲେ କଟକ ଜିଲ୍ଲାର ସାଧାରଣ ସମ୍ପାଦକ ରାମ ନାରାୟଣ ମହାନ୍ତି । ବାଙ୍କୀ ବିଜେପି ର ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେପଟେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରାରେ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରା , ଓବିସି ମୋର୍ଚା ର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଙ୍କ ସମେତ ରାଜ୍ୟ ଓ ଜିଲ୍ଲା ବିଜେପି ର ବହୁ ପଦାଧିକାରୀ , ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ !

