Site icon Awaj Media

ଚିଲିକା କଂଗ୍ରେସ ନେତା ପ୍ରଦୀପ କୁମାର ସ୍ବାଇଁ ଙ୍କ ନେତୃତ୍ୱରେ ବିଭିନ୍ନ ସମସ୍ୟା ନେଇ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ବ୍ଲକରେ ଦାବିପତ୍ର ପ୍ରଦାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ନଅ ଗୋଟି ଅଭିଯୋଗକୁ ନେଇ ସାରା ରାଜ୍ୟରେ କଂଗ୍ରେସ ବିଭିନ୍ନ ବ୍ଲକ ଘେରାଉ କରିଥିବା ବେଳେ ଆଜି ବାଣପୁର ବ୍ଲକ ଓ ଚିଲିକା ବ୍ଲକ ରେ ଚିଲିକା ନିର୍ବାଚନ ମଣ୍ଡଳୀର ନେତା ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ର ଉପସଭାପତି ଶ୍ରୀ ପ୍ରଦୀପ କୁମାର ସ୍ୱାଇଁ ଙ୍କ ନେତୃତ୍ୱ ରେ ଦୁଇଟି ବ୍ଲକ ଘେରାଉ କରାଯାଇ ନଅ ଗୋଟି ପ୍ରସଙ୍ଗ ସମ୍ପର୍କ ବିଡ଼ିଓ ଙ୍କୁ ଦାବି ପତ୍ର ଦିଆଯାଇଥିଲା ! ଉକ୍ତ ପ୍ରସଙ୍ଗ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରେ ବ୍ୟାପକ ପିସି କାରବାର, ଆବାସ ଯୋଜନା ଦୁର୍ନୀତି, ନାରୀ ନିର୍ଯ୍ୟାତନା, ପେଟ୍ରୋଲ ଡିଜେଲ, ଗ୍ୟାସ, କିରୋସିନ ଭଳି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଲୁଣ ଠାରୁ ତେଲ ପର୍ଯ୍ୟନ୍ତ ମୁଖ୍ୟ ପ୍ରସଙ୍ଗକୁ ନେଇ ଦରଦାମ ବୃଦ୍ଧି ଇତ୍ୟାଦି ! ସ୍ଥାନୀୟ କଂଗ୍ରେସ ଦଳର ନେତା ମାନଙ୍କ ମଧ୍ୟରେ ବିଜୟ କୁମାର ରଥ, ସନ୍ତୋଷ ଷଢଙ୍ଗୀ, ଅକ୍ଷୟ ମହାପାତ୍ର, ଯଦୁ ମୁଦୁଲି, ଦୁର୍ଯ୍ୟୋଧନ ବେହେରା, ଯୋଗୀ ଜେନା, ଭଗବାନ ସେଠି, ଚିନୁ ବିଶୋଇ, ସୁକାନ୍ତି ବିଶୋଇ, ସୁକି ସେଠି, ଭାନୁମତି ପଣ୍ଡା ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ I

Exit mobile version