Site icon Awaj Media

ରାଜଧାନୀରେ ଗୋପାଳ ପ୍ରହରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିଷ୍ପତି ପାଇଁ ସରକାରଙ୍କୁ କୃତଜ୍ଞତା : ପ୍ଲାଟିନମ ଜୁବୁଲି ପାଳନ ପାଇଁ ପ୍ରସ୍ତୁତି ବୈଠକ !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପ୍ରଣେତା ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାମରେ ନାମିତ କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ସିଦ୍ଧେଶ୍ୱରପୁର ସ୍ଥିତ ଗୋପାଳ ସ୍ମୃତି ବିଦ୍ୟାପୀଠର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ଲାଟିନମ ଜୁବୁଲି ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଛାତ୍ରବଜର ସ୍ଥିତ ଗଣେଶ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାପୀଠର ଯେଉଁ ପୁରାତନ ଛାତ୍ରଛାତ୍ରୀ କଟକ ସହରରେ ରହୁଛନ୍ତି ସେହିମାନଙ୍କ ପାଇଁ ଅନୁଷ୍ଠିତ ଏହି ବୈଠକରେ ପୁରାତନ ଛାତ୍ର ସଂସଦର ସଭାପତି ରଘୁନାଥ ପୃଷ୍ଟିଙ୍କ ସଭାପତିତ୍ବ କରିଥିଲେ । ଏଥିରେ ସଂସଦର ସମ୍ପାଦକ ଉମେଶ ଚନ୍ଦ୍ର ଜେନା ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସଙ୍ଗଠନ ସମ୍ପାଦକ ସାମ୍ବାଦିକ ତାପସ ରାଉତରାୟ ରାଜ୍ୟ ସରକାରଙ୍କ “ମୋ ସ୍କୁଲ ଅଭିଯାନ” ରେ ସ୍କୁଲରେ ଅନେକ କାର୍ଯ୍ୟ ହୋଇଥିବା କହିବା ସହ ଆସନ୍ତା ନଭେମ୍ବର ଶେଷରେ ଅନୁଷ୍ଠିତ ହେବାକୁ ଥିବା ପ୍ଲାଟିନମ ଜୁବୁଲି ଉତ୍ସବ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଏଥିସହିତ ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ୧୫୦ ତମ ଜନ୍ମ ଜୟନ୍ତୀରେ ରାଜଧାନୀ ଭୁବନେଶ୍ବରର ଏଜି ଛକ ଠାରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାକୁ ଥିବାରୁ ପୁରାତନ ଛାତ୍ର ସଂସଦ ପକ୍ଷରୁ ରାଜ୍ୟ ସରକାର ଓ ସଂସ୍କୃତି ବିଭାଗକୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏହି ବୈଠକରେ ସଂସଦର ଉପସଭାପତି କରୁଣାକର ପ୍ରଧାନ, ସହ ସମ୍ପାଦକ ଭରତ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ନବଘନ ରାଉତ ପ୍ରମୁଖ ମଞ୍ଚାସିନ ଥିବାବେଳେ ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ । ଏଥିରେ ଉମାକାନ୍ତ ପରିଡ଼ା, ପ୍ରତାପ ମହାପାତ୍ର ଓ ବିରଜା ପ୍ରସାଦ ସାହୁ ପ୍ରମୁଖ ସମସ୍ତ ପ୍ରକାର ସହଯୋଗ କରିଥିଲେ ।

Exit mobile version