Site icon Awaj Media

କଟକ ସଦର ମାଟିର ବିକଶିତ ଯୁବ ପ୍ରତିଭା : ବାସୁଦେବ ପାତ୍ର !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସମାଜସେବା, ଶିକ୍ଷାଦାନ, ସାମାଜିକ ସଂସ୍କାର, ରକ୍ତଦାନ ଓ ପରିବେଶ ସୁରକ୍ଷାରେ ବ୍ରତୀ ଯୁବ ପ୍ରତିଭା ବାସୁଦେବ ପାତ୍ର । ସୁସ୍ଥ ତଥା ସୁନ୍ଦର ସମାଜ ଗଠନ ଆମ ସମୟର ଏକ ଆହ୍ୱାନ । ବିକଶିତ ମାନବର ଯୁଗରେ ଆମକୁ ଦେଶ ଜାତିର ବିକାଶ ନେଇ ସତତ ବ୍ରତୀ ହେବା ଜରୁରୀ । ଜଣେ ବିଶିଷ୍ଟ ପରିବେଶବିତ୍, ମାନବବାଦୀ ସ୍ରଷ୍ଟା, ବିଶିଷ୍ଟ ଶିକ୍ଷାବିତ୍, ସମାଜ ସଂସ୍କାରକ ବାସୁଦେବ ପାତ୍ର ଏକ ଉଦାହରଣ । କାହ୍ନୁ ଚରଣ ପାତ୍ର ଓ ସୁଜାତା ପାତ୍ରଙ୍କ ପୁତ୍ର କଟକ ଜିଲ୍ଲା ତେଲେଙ୍ଗାପେଣ୍ଠ ଉପକଣ୍ଠ ନଛିପୁର ଗ୍ରାମରେ ତାଙ୍କ ଜନ୍ମ । ବୃତ୍ତିରେ ସେ ଜଣେ ଲୋକ ପାଇଲଟ୍ । ବିଭିନ୍ନ ଜନ ହିତକର କାର୍ଯ୍ଯ, ରକ୍ତଦାନ ଶିବିର ଆୟୋଜନରେ ବ୍ରତୀ । ସାମାଜିକ ସଂଗଠନ “ହିନ୍ଦୁସ୍ଥାନ ହେଲପିଙ୍ଗ ହ୍ୟାଣ୍ଡସ୍” ତାଙ୍କ ହାତଗଢା ଅନୁଷ୍ଠାନ । ଅଠର ଥର ରକ୍ତଦାନ କରିବା ସହ ତାଙ୍କ ସଂଗଠନ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ କରିଛି । ଏଯାବତ୍ ୩୦୦୦୦ ରୁ ଉର୍ଦ୍ଧ ଚାରା ରୋପଣ ସହ ପାଞ୍ଚଟି ଜଙ୍ଗଲ (ଅକ୍ସିଜେନ୍ ପ୍ଲାଣ୍ଟ,ଲିଟିଲ୍ ଅମାଜନ୍, ମିଷ୍ଟ୍ରେସ୍ ଦୌପ୍ରଦୀ ମୁର୍ମୁ ଫରେଷ୍ଟ, ହୋଲି ଉଡ୍, ଲାଇଫ ଲାଇନ ଫରେଷ୍ଟ ଆଦି ଜଙ୍ଗଲ ) ସୃଷ୍ଟି କରିଛନ୍ତି । ରାଜ୍ୟର ଗ୍ରାମାଞ୍ଚଳ ପିଲାଙ୍କ ବିକାଶ, ସଚେତନତା, ସେମାନଙ୍କୁ ଭଲ ସରକାରୀ ବୃତ୍ତି ଦିଗର ବିଭିନ୍ନ କମ୍ପିଟେଟିଭ ପରୀକ୍ଷା ଯଥା ରେଳବାଇ ବିଭାଗ, ଓଡ଼ିଶା ପୋଲିସ୍, ଆରଆଇ, ଅମିନ, ଫରେଷ୍ଟ ଗାର୍ଡ, ସପ୍ଲାଇ ଇନିସପେକ୍ଟର, ଜେଇ, ପିଏସଓ, ଏଏସଓ ପାଇଁ ପ୍ରସ୍ତୁତ କରିବା ନେ଼ଇ ମାଗଣାରେ ଶିକ୍ଷଦାନ କରାଉଛନ୍ତି । ସେ ତାଙ୍କ ଦରମାରୁ ଅଧିକାଂଶ ଅର୍ଥ ଏହି ଶିକ୍ଷା, ସେବା ଦିଗରେ ଖର୍ଚ୍ଚ କରନ୍ତି । ତାଙ୍କ ଶିକ୍ଷାନୁଷ୍ଠାନରୁ ପାଖାପାଖି ଚାଳିଶ ଜଣ ମେଧା ବିଦ୍ୟାର୍ଥି ଉତିର୍ଣ୍ଣ ହୋଇ ବହୁ ସରକାରୀ ଚାକିରୀ ପାଇଛନ୍ତି ।

Exit mobile version