Site icon Awaj Media

ସ୍ଵାଧୀନତା ସଂଗ୍ରାମୀ ସୁରେନ୍ଦ୍ରନାଥ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ୭୭ ତମ ସ୍ଵାଧୀନତା ଦିବସ ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଲୁଣା ଚିତ୍ରୋତ୍ପଳା ଦୀପଞ୍ଚଳର ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ପଟ୍ଟନାୟକ ଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ତାଙ୍କ ଜନ୍ମମାଟି ଝାଡେଶ୍ଵରପୁର ପଞ୍ଚାୟତ ର ବିଲିଗରଡା ଛକ ଠାରେ ଉନ୍ମୋଚିତ ହୋଇ ଯାଇଛି ! ମୁଖ୍ୟ ଅତିଥି ରୁପେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ତାଙ୍କ କରକମଳ ରେ ଉନ୍ମୋଚନ କରିଥିଲେ । ମହାତ୍ମାଗାନ୍ଧୀ ଙ୍କ ସହିତ ସ୍ଵାଧୀନତା ଲଢେଇ ରେ ସାମିଲ୍ ହୋଇଥିଲେ । ଇଂରେଜ ସରକାର ତାଙ୍କୁ ଗିରଫ କରି ଜେଲ୍ ରେ ପୁରାଇ ଦେଇଥିଲେ , ସେ ତିନିବର୍ଷ ଜେଲ୍ କାରାଦଣ୍ଡ ଭୋଗିଥିଲେ । ଶ୍ରୀ ପଟ୍ଟନାୟକ ଅଞ୍ଚଳର ଚାଷୀଭାଇ ଙ୍କ ଜଳ ସମସ୍ୟା ପାଇଁ କେନାଲ ଖନନ କରି ଜଳ ସମସ୍ୟା ଦୁର କରି ଚାଷୀ ଭାଇଙ୍କ ନିକଟତର ହୋଇଥିଲେ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ । ବିଧାୟକ ଙ୍କ ଦ୍ଵାରା ବିଲିଗରଡା ବଜାର ରେ ଉଜ୍ବଳ ଆଲୋକ କରଣ ବ୍ୟବସ୍ଥା ର ଶୁଭ ଉଦ୍ଘାଟନ କରିଥିଲେ। ଏହି ଉନ୍ମଚିତ ସଭାରେ ସୁରେନ୍ଦ୍ରନାଥ ପଟ୍ଟନାୟକ ଙ୍କ ପରିବାରର ପୁଅ,ବୋଉ, ନାତିନାତୁଣୀ ଯୋଗଦେଇ ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ସ୍ମୃତି ଚାରଣ କରିଥିଲେ । ସୁରେନ୍ଦ୍ରନାଥ ପଟ୍ଟନାୟକ ଙ୍କ ସଂସ୍ପର୍ଶରେ ଆସିଥିବା ସେହି ଅଞ୍ଚଳ ର ବରିଷ୍ଠ ନାଗରିକ ମାନଙ୍କୁ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବନ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ନିଶ୍ଚିନ୍ତକୋଇଲି ବ୍ଲକ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୋଜା ସେଠୀ ଉପଧ୍ୟକ୍ଷା ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଉନ୍ମୋଚିତ ସ୍ଵାଧୀନତା ସଂଗ୍ରାମୀ ସୁରେନ୍ଦ୍ରନାଥ ପଟ୍ଟନାୟକ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Exit mobile version