Site icon Awaj Media

ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ନୟାଗଡ ଶାଖା ତରଫରୁ ବିକ୍ଷୋଭ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ନୟାଗଡ ଶାଖା ତରଫରୁ ବିକ୍ଷୋଭ ! ଦୁଇ ଦଫା ଦାବି ନେଇ ଗତ ୭ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି ସମସ୍ତ ସରକାରୀ କାର୍ଯ୍ୟକ୍ରମ କରି ୧୮ ତାରିଖ ରୁ ସମୂହ ଛୁଟିରେ ଯାଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିଲେ ଏବଂ ଆଜି ଦିନରେ ଦାବି ପୁରଣ ହୋଇନଥିବା ରୁ ଆଜିଠାରୁ ସମୂହ ଛୁଟିରେ ରହି ନୟାଗଡ କଲେକ୍ଟର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏହି ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ପଞ୍ଚାୟତି ରାଜ ବିଭାଗର ପ୍ରମୁଖ ସଚିବ ଏବଂ ନିର୍ଦ୍ଦେଶକ ଙ୍କ ସମେତ ୫t ସଚିବ ଙ୍କୁ ଦାବି ବିଷୟରେ ଅବଗତ କରାଇଥିଲେ ମଧ୍ୟ ଏଯାବତ୍ କୌଣସି ଆଲୋଚନା ନହୋଇଥିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉଦବେଗ ପ୍ରକାଶ କରିଛନ୍ତି । ଏହି ଧାରଣ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବା ପାଇଁ ନୟାଗଡ ସଂଘ ସଭାପତି ଶ୍ରୀ ଲକ୍ଷ୍ମୀଧର ବେହେରା ଓ ସଂପାଦକ ଶ୍ରୀ ତୁଷାରକାନ୍ତ ରାଉତ ଓ ରାଜ୍ୟ ସଂଘ ସଦସ୍ୟ ଶ୍ରୀ ବିପିନ ବିହାରୀ ପରିଡ଼ା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Exit mobile version