ଚିଲିକା ପ୍ରେସ କ୍ଲବର ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ଚୟନ : ସଭାପତି ହେଲେ ପ୍ରକାଶ ପ୍ରଧାନ ସମ୍ପାଦକ ଅନନ୍ତ ଚରଣ ବାରିକ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ପ୍ରେସ କ୍ଲବର ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି ! ବାଲୁଗାଁ ସୁବୁଦ୍ଧିପାଟଣା ସ୍ଥିତ ରାମେଶ୍ବର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ସାମ୍ବାଦିକ ନୃସିହ ପ୍ରସାଦ ମିଶ୍ରଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଚିଲିକା ପ୍ରେସ କ୍ଲବର ନୃତନ ସଭାପତି, ସମ୍ପାଦକ, କର୍ମକର୍ତ୍ତା ଚୟନ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଙ୍ଘ ଚିଲିକା ପ୍ରେସ କ୍ଲବର ସାଙ୍ଗଠନିକ ବୈଠକ ସହିତ କର୍ମକର୍ତ୍ତା ଚୟନ ପକ୍ରିୟା ଶେଷ ହୋଇଛି l

ଉପଦେଷ୍ଟା ମଣ୍ଡଳୀରେ ନୃସିଂହ ପ୍ରସାଦ ମିଶ୍ର, ସାଗର ମହାପାତ୍ର ଓ ଆର୍ତତ୍ରାଣ ଜାଲି ରହିଥିବା ବେଳେ ଏଥିରେ ନୂତନ ଭାବେ ଚୟନ ହୋଇଥିବା ସଭାପତି ରୂପେ ପ୍ରକାଶ ପ୍ରଧାନ, ସମ୍ପାଦକ ରୂପେ ଅନନ୍ତ ଚରଣ ବାରିକ, ଉପ ସଭାପତି ରୂପେ ସଂଗ୍ରାମ କେଶରୀ ପାଇକରାୟ, ଶଙ୍କର ବସ୍ତି, ମନୋଜ କୁମାର ନାଇଡ଼ୁ, ସହ ସମ୍ପାଦକ ଶରତ ଚନ୍ଦ୍ର ବରାଳ ସୂଧାଂଶୁ ପରିଡା, ମନୋଜ କୁମାର ପଣ୍ଡା, ସନ୍ତୋଷ ଚୌଧୁରୀ, ଯୁଗ୍ମ ସମ୍ପାଦକ ରୂପେ ସନ୍ତୋଷ କୁମାର ମହାନ୍ତି, ବିରେନ କୁମାର ସାହୁ, ବିଷ୍ଣୁ ଖୁଣ୍ଟିଆ, ସାଂସ୍କୃତିକ ସମ୍ପାଦକ ଭାବେ ରାକେଶ ସାହୁ, ଗୋବିନ୍ଦ ଚନ୍ଦ୍ର ଜାଲି , କୋଷାଧକ୍ଷ ସୁଶୀଲ ପ୍ରଧାନ, ଆବାହକ /ସଂଗଠନ ସମ୍ପାଦକ ଅଶୋକ କୁମାର ନାୟକ, ସୁନୀଲ କୁମାର ପଣ୍ଡା ଆଇନ ଉପଦେଷ୍ଟା ଗୋପୀନାଥ ମହାରଣା, ରାମଚନ୍ଦ୍ର ପଲେଇ, ଅଶୋକ କୁମାର ପାଇକରାୟ, ବୈକୁଣ୍ଠ ନାଥ ପ୍ରଧାନ, ବରିଷ୍ଠ ଉପଦେଷ୍ଟା ନୃସିଂହ ପ୍ରସାଦ ମିଶ୍ର, ସାଗର ମହାପାତ୍ର, ଆର୍ତତ୍ରାଣ ଜାଲି ଙ୍କୁ ଚୟନ କରାଯାଇଛି l

ଆଗାମୀ ଦୁଇ ବର୍ଷ ପାଇଁ ଏହି କମିଟି କାର୍ଯ୍ୟକ୍ଷମ ରହିବ ! ଆଗାମୀ ଦିନରେ ଚିଲିକା ପ୍ରେସ କ୍ଲବ ତରଫରୁ ଜନସାଧାରଣଙ୍କ କାମରେ ସାହାର୍ଯ୍ୟ ସହଯୋଗ କରିବା ସହିତ ଆଗକୁ କିଭଳି କାର୍ଯ୍ୟ ଅତି ନିଷ୍ଠାର ସହିତ ସଂଗଠନ ମଜବୁତ ହୋଇପାରିବ ସେ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ କରାଯାଇଥିଲା l କୌଣସି ପାତର ଅନ୍ତର ନରଖି ଚିଲିକା ପ୍ରେସ କ୍ଲବର ସମସ୍ତ ସାମ୍ବାଦିକ ଭାଇମାନେ ମିଳିତ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ମଧ୍ୟ୍ୟ ଦେଇଥିଲେ l

Leave a Reply

Your email address will not be published. Required fields are marked *