Site icon Awaj Media

ଏହା ବିରୋଧୀ ଙ୍କର ନୂହେଁ , କୁନି କୁନି ବିଦ୍ୟାର୍ଥୀ ଙ୍କର ପ୍ରଶ୍ନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ବିଦ୍ୟା , ବିଦ୍ୟାଳୟ ଏବଂ ବିଦ୍ୟାଳୟ ରୂପାନ୍ତରୀକରଣକୁ ନେଇ ବାହାସ୍ଫୋଟ ମାରୁଥିବା ଏବଂ ସମାଲୋଚନା କରୁଥିବା ନେତା ଟିକେ କାନ ଖୋଲି ଶୁଣନ୍ତୁ କଣ କହୁଛନ୍ତି କଲ୍ୟାଣପୁର ଶାସନ ବିଦ୍ୟାଳୟର ଛାତ୍ରଛାତ୍ରୀ ! ଏବେ ସାରା ରାଜ୍ୟରେ ଗୋଟିଏ ଶବ୍ଦକୁ ନେଇ ଚର୍ଚ୍ଚା ଜୋର ଧରିଛି ! ତାହା ହେଲା 5T ! ଶାସକ ବିରୋଧୀ ଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଏବଂ ଗଣମାଧ୍ୟମ ସବୁ ଆଡେ ସେଇ ଶବ୍ଦ କୁ ନେଇ ଆଲୋଚନା ! ଅବଶ୍ୟ ଚର୍ଚ୍ଚା ଆଲୋଚନା ର କାରଣ ଭିନ୍ନ ଭିନ୍ନ ଅଟେ ! କିଏ 5T ସଚିବଙ୍କ ଗସ୍ତ ପାଇଁ ଲୋକ ଯୋଗାଡ଼କୁ ନେଇ ଟାର୍ଗେଟ କରୁଛି , ତ ଆଉ କିଏ ହେଲିକ୍ୟାପ୍ଟର ରେ ଗସ୍ତ ଓ ଖର୍ଚ୍ଚ କୁ ନେଇ ବୟାନ ଦେଲାଣି ! ପୁରୀ ସତ୍ୟବାଦୀରେ ଭିକେ ପାଣ୍ଡିଆନ ଙ୍କ ମୁଁହରେ କାଳି ବୋଳା ପରେ ଗଣମାଧ୍ୟମକୁ ମିଳି ଯାଇଥିଲା ନୂଆ ଟ୍ରେଂଡିଙ୍ଗ ଖବର ! ହେଲେ ଏବେ ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଶାସନ ଗ୍ରାମରୁ ସାମନାକୁ ଆସିଛି 5T ସହ ଯୋଡି ହୋଇଥିବା ଏକ ବିକଳ ଚିତ୍ର ! ପ୍ରବଳ ବର୍ଷା ହୋଇ ବିଜୁଳି ମାରୁଥିଲେ ସୁଦ୍ଧା ବିଦ୍ୟାଳୟ ଫାଟକ ସାମନାରେ ବସିଥିଲେ ଛାତ୍ରଛାତ୍ରୀ ! ମୁଖ୍ୟ ଗେଟ ରେ ପଡିଥିଲା ତାଲା , ଝୁଲୁଥିଲା ଏକ ବ୍ୟାନର ! ଏ ଦୃଶ୍ୟ ହେଉଛି ରାଜଧାନୀ ଉପକଣ୍ଠ ଏକାମ୍ର ନିର୍ବାଚନ ମଣ୍ଡଳୀ ଟିକରପଡା ପଞ୍ଚାୟତ କଲ୍ୟାଣପୁର ଶାସନ ଗ୍ରାମର ! ଗ୍ରାମରେ ଥିବା ବିଦ୍ୟାଳୟଟି 5T ଯୋଜନାରେ ସାମିଲ ହୋଇ ରୂପାନ୍ତରୀକରଣ ହୋଇଛି ! ହେଲେ ଖାଲି ବଦଳିଛି ବାହାର ରଙ୍ଗ , ହୋଇଛି କିଛି ନିର୍ମାଣ କାର୍ଯ୍ୟ ! କିନ୍ତୁ ବର୍ଷ ବର୍ଷର ସମସ୍ୟା ସେମିତି ରହିଛି ! ଯଦି ସ୍କୁଲ ରେ ଶିକ୍ଷକ ନରହିବେ , ପାଠପଢା ନହେବ ! କଣ ରୂପାନ୍ତରୀକରଣ ବୋଲି କହୁଛନ୍ତି କୁନି କୁନି ଛାତ୍ରଛାତ୍ରୀ ! ବର୍ଷାରେ ଓଦା ହୋଇ , ସ୍କୁଲ ଗେଟ ରେ ତାଲା ପକାଇ କାହିଁକି ବସି ରହିଛ ପଚାରିବାରୁ ,ଉତ୍ତର ମିଳିଥିଲା – 5T ର ପୁରା ଫର୍ମ ତ ଆମେ ସମସ୍ତେ କହି ପାରିବୁନି , ହେଲେ ସରକାର ଓ ଶିକ୍ଷା ବିଭଗର ଅଫିସର ଜାଣି ରଖନ୍ତୁ T ଫର ଟିଚର ! ଯଦି ବିଦ୍ୟାଳୟରେ ଏଇ T ନାଁହାନ୍ତି ତେବେ ଅନ୍ୟ ସବୁ T କୋଉ କାମକୁ ??? ଏ ପ୍ରଶ୍ନକୁ ସରକାର ଗୁରୁତ୍ୱ ଦେବା ଦରକାର , କାରଣ ଏହା ବିରୋଧୀ ଙ୍କର ନୂହେଁ , କୁନି କୁନି ବିଦ୍ୟାର୍ଥୀ ଙ୍କର ପ୍ରଶ୍ନ !

 

Exit mobile version