Site icon Awaj Media

ନବକିଶୋରଙ୍କୁ ଜାତୀୟ ସ୍ତରରେ “ଭାରତ ପିପଲ୍ ରତ୍ନ” ସମ୍ମାନ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ରଘୁରାଜ ପିପଲ ମ୍ୟାନ ଫାଉଣ୍ଡେସନ, ଦିଲ୍ଲୀ ଦ୍ଵାରା ରାଷ୍ଟ୍ରୀୟ ସ୍ତରରେ ଆୟୋଜିତ ଅନଲାଇନ୍ କାର୍ଯ୍ୟକ୍ରମରେ ଦେଶର ବିଶିଷ୍ଟ ପରିବେଶବିତ୍ ଓ ସମାଜସେବୀ ମାନଙ୍କୁ ସମ୍ମାନ ଅବସରରେ ପ୍ରକୃତିବନ୍ଧୁ ନବକିଶୋର ପଣ୍ଡାଙ୍କୁ “ଭାରତ ପିପଲ୍ ରତ୍ନ – ୨୦୨୩” ସମ୍ମାନରେ ସମ୍ମାନୀତ କରିଛନ୍ତି। ସଂସ୍ଥାର ସଂସ୍ଥାପକ/ସି.ଇ.ଓ. ଡ. ରଘୁରାଜ ପ୍ରତାପ ସିଂହ ଫୋନରେ କଥା ହେବା ସହ ନବକିଶୋର ଙ୍କ ଦ୍ଵାରା ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଅବିରତ ଜାରି ରହିଥିବା ବନାନୀ ସୃଷ୍ଟି, ପରିବେଶ ସୁରକ୍ଷା, ଜଳ ସୁରକ୍ଷା ଓ ପଶୁପକ୍ଷୀ ସୁରକ୍ଷା ପ୍ରଭୃତି ନିଃସ୍ୱାର୍ଥ ସାମାଜିକ ସେବା କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଥିଲେ। ନବକିଶୋରଙ୍କ ସାମାଜିକ ସେବା ମଧ୍ୟରେ ପ୍ରତ୍ୟେକ ବର୍ଷ ସୁରକ୍ଷା ବଳୟ ମଧ୍ୟରେ ଏକ ନୂତନ ବନ ସୃଷ୍ଟି ଅଭିଯାନରେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଅଗଷ୍ଟ ୯ ରୁ ୧୫ ମଧ୍ୟରେ ପ୍ରତି ପଞ୍ଚାୟତରେ “ମେରା ମାଟି,ମେରା ଦେଶ” କାର୍ଯ୍ୟକ୍ରମରେ ଅମୃତ ବାଟିକା ସ୍ଥାପନକୁ ସମ୍ମାନ ଜଣାଇ ଅଞ୍ଚଳର ବିଭିନ୍ନ ବର୍ଗର ଲୋକମାନଙ୍କୁ ନେଇ ଏକ ନୂତନ ବନ ସୃଷ୍ଟି ପାଇଁ ବ୍ୟାପକ ବୃକ୍ଷରୋପଣ କରାଯାଇଛି।

Exit mobile version