Site icon Awaj Media

ଗଜପତି ଛାତ୍ରୀଙ୍କ ବିଶ୍ବ ଦକ୍ଷତା କେନ୍ଦ୍ର ପରିଦର୍ଶନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତିର 91 ଜଣ ଛାତ୍ରୀଙ୍କୁ ଭୁବନେଶ୍ବର ସ୍ଥିତ ବିଶ୍ବ ଦକ୍ଷତା କେନ୍ଦ୍ର ଏବଂ ଦକ୍ଷତା ଉନ୍ନୟନ ଅନୁଷ୍ଠାନ ପରିଦର୍ଶନ କାର୍ଯ୍ୟକ୍ରମକୁ ଗତକାଲି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରକାଶ ଥାଉକି ଉକ୍ତ 91 ଜଣ ଛାତ୍ରୀଙ୍କ ମଧ୍ୟରେ 51 ଜଣ ମାତୃପିତୃ ହୀନ ଛାତ୍ରୀ ଅଛନ୍ତି, ଯେଉଁମାନେ କି ବର୍ତ୍ତମାନ ଆଇ.ଟି.ଆଇ, ଗୁମ୍ମା ଏବଂ ରାୟଗଡ଼ ଓ ପଲିଟେକନିକ୍, ଗଜପତି, ପାରଳାଖେମୁଣ୍ଡିରେ ଅଧ୍ୟୟନ ରତ। ଅନ୍ୟମାନଙ୍କ ମଧ୍ୟରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ପରିବାର ମାନଙ୍କ ମଧ୍ୟରୁ ଅନ୍ୟ 40 ଜଣ ଛାତ୍ରୀ ଅଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଝିଅ ମାନଙ୍କ ମଧ୍ୟରେ ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶରେ ନାମ ଲେଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିବା | ଫଳସ୍ୱରୂପ, ଅଧିକ ରୁ ଅଧିକ ଝିଅ ପିଲାମାନେ ଶିଳ୍ପ କ୍ଷେତ୍ରରେ ଯୋଗଦାନ ପାଇଁ ସୁଯୋଗ ପାଇବେ ଏବଂ ସେମାନେ ଜୀବିକା ପାଇଁ ଆତ୍ମନିର୍ଭରଶୀଳ ହେବେ। ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ବରେ ଚାଲିଥିଲା ବେଳେ ଛାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ନେବା ଆଣିବା ନିମନ୍ତେ ଅନ୍ୟ 10 ଜଣ କର୍ମଚାରୀ ଯଥା ଶିଶୁ ଯତ୍ନ ଅନୁଷ୍ଠାନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଆଇ.ଟି.ଆଇ ଅନୁଷ୍ଠାନ, ଚାଇଲଡ଼ଲାଇନ୍ ଏବଂ ରା.ଉଦୟଗିରିର ଜଣେ ସମାଜ ସେବୀ ସହଯୋଗୀ ଭାବେ ନିୟୋଜିତ ଅଛନ୍ତି । ଛାତ୍ରୀମାନେ ଆଜି ବିଶ୍ବ ଦକ୍ଷତା କେନ୍ଦ୍ର, ଦକ୍ଷତା ଉନ୍ନୟନ ଅନୁଷ୍ଠାନ, ଭୂବନେଶ୍ବର, ବୈଷୟିକ ଓ ପ୍ରଯୁକ୍ତିବିଦ୍ୟା (CIPET), ଖୋର୍ଦ୍ଧା ବୁଲି ଦେଖିଛନ୍ତି। ଉକ୍ତ ଅନୁଷ୍ଠାନକୁ ଝିଅ ମାନଙ୍କୁ ବୁଲି ଦେଖାଇବାରେ ସାହାଯ୍ୟ କରିଥିଲେ ବିଶ୍ବ ଦକ୍ଷତା କେନ୍ଦ୍ରର ଶ୍ରୀ ମହେନ୍ଦ୍ର କୁମାର ଲେଙ୍କା ଏବଂ ବୈଷୟିକ ଓ ପ୍ରଯୁକ୍ତିବିଦ୍ୟା ଅନୁଷ୍ଠାନ (CIPET) ର ଶ୍ରୀ ଶୁଭେନ୍ଦୁ ପରିଡ଼ା।

Exit mobile version