Site icon Awaj Media

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଟ୍ରଲିରେ ବୁହା ହେଲେ ହିତାଧିକାରୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପରିଣତ ବୟସରେ ସାମାନ୍ୟ ଖର୍ଚ୍ଚ ତୁଲାଇବା ପାଇଁ ଓଡ଼ିଶାରେ ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ୱାଡ଼ ନମ୍ବର 12 ର ଜଣେ ବୃଦ୍ଧା ନାମ ଲବଙ୍ଗ ଗୟା ଭତ୍ତା ନେବା ପାଇଁ ଟ୍ରଲି ରେ ବୁହାହେବା ଘଟଣା ଚର୍ଚ୍ଚା କୁ ଆସିଛି ! ବାସ୍ତବରେ ଏଭଳି ଅନେକ ବୃଦ୍ଧା ରହିଛନ୍ତି ଯେଉଁମାନେ ଭତ୍ତା ନେବାରେ ବି ଅସମର୍ଥ ଅଛନ୍ତି । ପାରଳାଖେମୁଣ୍ଡି 12 ନମ୍ବର ୱାଡ଼ ରେ ଦେଖାଦେଇଛି ଭତ୍ତା ନେବାକୁ ଯିବାର ବିକଳ ଚିତ୍ର। ପାଦରେ ଚାଲିବା ପାଇଁବଳ ନାହିଁ।ଅଭାବୀ ଭିତରେ ଘାଣ୍ଟି ହେଉଥିଲେ ମଧ୍ୟ ଗତ ତିନି ମାସ ହେଲା ସେ ପାଉନ ଥିଲେ ବର୍ଦ୍ଧକ୍ୟ ଭତ୍ତା। ଭତ୍ତା ପାଇଁ ଲବଙ୍ଗ ଗୟା ର ନାତି ବହୁବାର ବ୍ୟାଙ୍କ ଯାଇ ଖାଲି ହାତରେ ଫେରିଛନ୍ତି। ଭତ୍ତା ଟଙ୍କା ପୌର ପରିଷଦ କାର୍ଯ୍ୟାଳୟ କୁ ଫେରାଇ ଦିଆଯାଇ ଥିବା ଲବଙ୍ଗଙ୍କ ନାତିକୁ ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ଏହା ପରେ ଲବଙ୍ଗଙ୍କୁ ତାଙ୍କ ଝିଅ ଡାଳିମ୍ବ ବେଣିଆ ପୌର ପରିଷଦ କାର୍ଯ୍ୟାଳୟକୁ ଏକ ଟ୍ରଲିରେ ବୋହି ନେଇଥିଲେ।ସେ ଚିତ୍ର ଥିଲା ଅତି ଦୟନୀୟ ।ଲବଙ୍ଗ ଗୟା କାଠ ପଟାରେ ତିଆରି ଅଣ ଓସାରିଆ ଟ୍ରଲିରେ ଜାକିଜୁକି ହୋଇ ଲୁହ ଭରା ଆଖିରେ ସୋଇଛନ୍ତି।ନିଜ ମୁଣ୍ଡକୁ ଟ୍ର ଲିର କାଠ ପଟା ରେ ରଖିବାକୁ ସେ ଚେଷ୍ଟା କରୁଛନ୍ତି।ସେପଟେ ନାତି ଆଈର ମୁଣ୍ଡକୁ ଧରୁଛନ୍ତି।ତାଙ୍କ ମୁଣ୍ଡ ଟ୍ରଲି ପଟା ରେ ବାଡେଇ ଯିବ କି? ଟ୍ରଲି ରେ ବୁହା ହୋଇ ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟ କୁ ଆସିବା ପରେ ଲବଙ୍ଗ ଙ୍କୁ ମିଳିଲା ବକେୟା ଭତ୍ତା। ରାଜ୍ୟ ସରକାର ଡିବିଟି ସିଷ୍ଟମକୁ ବନ୍ଦ କରି ହିତାଧିକାରୀଙ୍କ ହାତରେ ବାର୍ଦ୍ଧକ୍ୟ ଭତ୍ତା ଦେବାର ବ୍ୟବସ୍ଥା କରିଥିଲେ।ଯେଉଁ ହିତାଧିକାରୀ
ମାନେ ଭିନ୍ନକ୍ଷମ ସେମାନଙ୍କୁ ଘରେ ଭତ୍ତା ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା। ହେଲେ ରାଜ୍ୟ ସରକାରଙ୍କ ଏହି ଘୋଷଣା କେବଳ ଘୋଷଣା ରେ ହିଁ ରହିଗଲା ପରି ମନେ ହେଉଛି।କାରଣ ଯଦି ଅସହାୟ ବାର୍ଦ୍ଧକ୍ୟ ଭତ୍ତା ଘରେ ଦେବାର ବ୍ୟବସ୍ଥା ହୋଇ ଥିଲା।ତାହା ହେଲେ ବୃଦ୍ଧା ଲବଙ୍ଗ ଙ୍କୁ କାହିଁକି ଟ୍ରଲିରେ ବୁହା ହେବାକୁ ପଡିଲା। ଜିଲ୍ଲା ସଦର ମହକୁମା ରେ ଯଦି ଏପରି ଚିତ୍ର ତାହା ହେଲେ ଜିଲ୍ଲାର ଆଭ୍ୟନ୍ତରଣ ଅଞ୍ଚଳର ଲୋକେ କିଭଳି ସରକାରଙ୍କ ସୁବିଧା ସୁଯୋଗ ପାଉଥିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ସେପଟେ ପାରଳାଖେମୁଣ୍ଡି ପୌର ପରିଷଦ ର ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ କହିଛନ୍ତି। ଘଟଣାର ଅନୁଧ୍ୟାନ କରିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ।

Exit mobile version