Site icon Awaj Media

କଂଗ୍ରେସ ଦଳ ପକ୍ଷରୁ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ଘେରାଉ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ସୁକିନ୍ଦା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ ଘେରାଉ କରାଯାଇଥିଲା । ସୁକିନ୍ଦା ବ୍ଲକ କଂଗ୍ରେସ ସଭାପତି ରଞ୍ଜିତ କୁମାର ରଜଙ୍କ ନେତୃତ୍ୱରେ ବହୁ କର୍ମୀ ଉପସ୍ଥିତ ରହି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବ୍ଲକ ଘେରାଉ କରିଥିଲେ ।ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଜେନେରାଲ ସେକ୍ରେଟାରୀ ରାଇଚରଣ ମହାନ୍ତି , ପିସିସି ମେମ୍ବର ଜନ୍ମଞ୍ଜୟ ବଳସମନ୍ତ , ଯୁବ କଂଗ୍ରେସ ସଭାପତି ଚଞ୍ଚଳ ମହାପାତ୍ର , ମହିଳା ନେତ୍ରୀ ସ୍ୱପ୍ନା ବେହୁରା, ସେବାଦଳ ପ୍ରମୁଖ ହରେକୃଷ୍ଣ ପାଣିଗ୍ରାହୀ , ଯୁବ ନେତା ଗୋପୀନାଥ ଧିରଙ୍କ ସମେତ ବହୁ କଂଗ୍ରେସ କର୍ମୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ । ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୯ ଦଫା ଦାବି ସମ୍ପର୍କିତ ଏକ ସ୍ମାରକପତ୍ର ସୁକିନ୍ଦା ବ୍ଲକ ବିଡ଼ିଓ ନମ୍ରତା ମୋଦିଙ୍କୁ ପ୍ରଦାନ କରାଯାଇଥିଲା ।

Exit mobile version