Site icon Awaj Media

ବାଲୁଗାଁ ବାଣପୁର ୧୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା : ଜଣେ ଆହତ ଅନ୍ୟ ଜଣେ ମୃତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର ୧୬ ନଂ ଜାତୀୟ ରାଜପଥର ଓଭରବ୍ରିଜ୍ ଉପରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ସଡ଼କ ଦୁର୍ଘଟଣା ରେ ଜଣେ ଆହତ ହୋଇଥିବା ବେଳେ ଅନ୍ୟ ଜଣଙ୍କ ର ମୃତ୍ୟୁ ଘଟିଛି । ବାଲୁଗାଁ ବାଣପୁର ୧୬ ନଂ ଜାତୀୟ ରାଜପଥ ରୁ ବାଲୁଗାଁ ଆସିଲା ବେଳକୁ କୌଣସି କାରଣବଶତଃ ଏକ ଟ୍ରକ ସହ ଏକ ବାଇକ୍ ଦୁର୍ଘଟଣା ଘଟିଥିଲା । ଯାହା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣା ପଡ଼ିଛି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ଆହତ ଯୁବକଙ୍କ ଚିକିତ୍ସା ଚାଲିଥିବା ଜଣା ପଡ଼ିଛି ।

Exit mobile version