Site icon Awaj Media

କଳାହାଣ୍ଡିରେ ଚିନ୍ମୟ ଫାଉଣ୍ଡେସନର ଜାତୀୟ ଗ୍ରାମୀଣ ସାଂସ୍କୃତିକ ମହୋତ୍ସବ ଓ ସଂସ୍କୃତି ହାଟ !!!

Spread the love

ଜୟପାଟଣା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ଵରେ ସାଂସ୍କୃତିକ ଜାଗରଣ ମାଧ୍ୟମରେ ଭାଇଚାରା ପ୍ରତିଷ୍ଠା ସହ ବ୍ୟକ୍ତିକୁ ଅପରାଧ ପ୍ରବଣତା ଠାରୁ ଦୂରେଇ ରଖିବା ପାଇଁ ଚାଲିଛି ମହାସଂଗ୍ରାମ । ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ମାଧ୍ୟମରେ ଜାତୀୟ ଗ୍ରାମୀଣ ସାଂସ୍କୃତିକ ମହୋତ୍ସବ ଓ ସଂସ୍କୃତି ହାଟ କାର୍ଯ୍ୟକ୍ରମ ସମଗ୍ର ବିଶ୍ବର ବିଭିନ୍ନ ଦେଶରେ ଅନୁଷ୍ଠିତ ହେଉଥିବା ବେଳେ ପଶ୍ଚିମ ଓଡ଼ିଶାର ନବାନ୍ନ ବା ନୂଆଖାଇ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ କର୍ଲାକୋଟ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ସଂଯୋଜକ କମଳ ଚଣ୍ଡୀଙ୍କ ନେତୃତ୍ବରେ ବହୁ ଆଧ୍ୟାତ୍ମ୍ୟବାଦି ଜନ ସାଧାରଣଙ୍କ ସମ୍ମେଳନ ଦେଖିବାକୁ ମିଳିଥିଲା । ବିଶ୍ବର କଲ୍ୟାଣ ନିମନ୍ତେ ଅଲେଖ ଧର୍ମର ଗୁରୁ ଯଦୁମଣି ବାବା ଦୀପ ଉତ୍ସର୍ଗ କରିଥିଲେ । ଏଥିରେ କେଶବ ଭକ୍ତ, ପଦ୍ମନାଭ ଭକ୍ତ,ଅଲେଖ ଭକ୍ତ, ଜଗନ୍ନାଥ ଭକ୍ତ, ଭିକାରୀ ଚରଣ ଭକ୍ତ, ଦୀଙ୍ଗର ଭକ୍ତ, ତ୍ରିନାଥ ଭକ୍ତ, ଭଦ୍ର ଭକ୍ତ, ଅମର ଭକ୍ତ, ପରୀକ୍ଷିତ୍ ଭକ୍ତ,ବୀରେନ ଭକ୍ତ,ମାଧବ ଧାରୁଆ, ଉମାଶଙ୍କର ,ପଦ୍ମ ଚନ୍ଦନ, ଭିକାରୀ ଚରଣ ଭକ୍ତ ଆଦି ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ଏହା ସହ ଅଲେଖ ସନ୍ଥ ସମାଜ ପକ୍ଷରୁ ଅଖଣ୍ଡ ଧୁନୀ ସ୍ଥାପନ କରାଯାଇଥିଲା ।

Exit mobile version