Site icon Awaj Media

ଅସହାୟ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ଅରୂପ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ପଞ୍ଚାୟତ ର ସଞ୍ଜୟ କୁମାର ରାଉତରାୟ ଙ୍କୁ ସହାୟତା ର ହାତ ବଢ଼ାଇଛନ୍ତି ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରୁପ ପଟ୍ଟନାୟକ । ପ୍ରକାଶ ଥାଉକି ଯେ ସିକୋ ଗ୍ରାମର ଏକ ସଭାକୁ ଶ୍ରୀଯୁକ୍ତ ପଟ୍ଟନାୟକ ଏବଂ ସମାଜସେବୀ ଶ୍ରୀଯୁକ୍ତ ବ୍ରଜବନ୍ଧୁ ସୁବୁଦ୍ଧି ନିମନ୍ତ୍ରିତ ହୋଇ ଆସିଥିଲେ । ସେହି ସଭା ନିକଟରେ ଜଣେ ମହିଳା ରେଣୁକା ରାଉତରାୟ ନିଜ ସ୍ୱାମୀଙ୍କର ଚିକିତ୍ସା ପାଇଁ ଅତିଥି ମାନଙ୍କୁ ଜଣାଇଥିଲେ ।

ଏହି କଥା ଶୁଣି ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କୁ ୧୬ ତାରିଖ ଦିନ ତୁରନ୍ତ ଭୁବନେଶ୍ୱର ର ରାଜଧାନୀ ମୁଖ୍ୟ ଚିକିତ୍ସାଳୟ କୁ ନେଇ ଚିକିତ୍ସା କରାଇଥିଲେ । ଆଜି ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ସିକୋ ଗ୍ରାମର ସେହି ରୋଗୀଙ୍କୁ ସମାଜସେବୀ ବ୍ରଜବନ୍ଧୁ ସୁବୁଦ୍ଧି ଭେଟିଥିଲେ । ବର୍ତ୍ତମାନ ସେହି ରୋଗୀ ସୁସ୍ଥ ଅଛନ୍ତି ଏବଂ ଆଗାମୀ ଦିନରେ ଯଦି କିଛି ଚିକିତ୍ସା ଦରକାର ପଡେ, ତେବେ ସେ ସାହାଯ୍ୟର ହାତ ବଢ଼ାଇବେ ବୋଲି ସେମାନଙ୍କୁ ପ୍ରତିଶୃତି ଦେଇଥିଲେ l

Exit mobile version