Site icon Awaj Media

ମୃତ୍ତିକା ସଂରକ୍ଷଣ ଅଧିକାରୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ରାଜ୍ୟ ମୃତ୍ତିକା ସଂରକ୍ଷଣ ଅଧିକାରୀ ସଙ୍ଘ ଗଜପତି ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଗଜପତି ଜିଲ୍ଲାରେ କାର୍ଯ୍ୟରତ ମୃତ୍ତିକା ସଂରକ୍ଷଣ ସେବା ସଂଘର ସଦସ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ସୁରେଶ କୁମାର ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ସତ୍ୟେନ୍ଦ୍ର ରାଇକା, ଶରତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ 15 ବର୍ଷ ଧରି ବିଭାଗୀୟ ଅଧିକାରୀ ମାନଙ୍କୁ ପଦୋନ୍ନତି ମିଳି ପାରୁନାହିଁ । କେଡର ପୁନଃ ବିନ୍ୟାସ ହୋଇପାରୁ ନଥିବାରୁ ଅଧିକାରୀ ମାନଙ୍କର ମନବଳ ଭାଙ୍ଗି ଯାଉଛି । ରାଜ୍ୟ ସରକାର ତୁରନ୍ତ କେଡର ପୁନଃ ବିନ୍ୟାସ କରିବାକୁ ସେମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅଗଷ୍ଟ 30 ତାରିଖ ସୁଦ୍ଧା କେଡର ର ପୁନଃ ବିନ୍ୟାସ ନ ହୁଏ 31 ଅଗଷ୍ଟ ରୁ ସରକାରୀ କାର୍ଯ୍ୟକ୍ରମକୁ ଅସହଯୋଗ କରାଯିବ ବୋଲି ଜଣା ପଡ଼ିଛି ।

Exit mobile version