Site icon Awaj Media

ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଜୟନ୍ତୀ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତ୍ୟେଷିଣୀ ସମାଜର ସମ୍ମିଳନୀ କକ୍ଷ ଠାରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯକ୍ରମରେ ସଭାପତିତ୍ବ କରିଥିଲେ ବରିଷ୍ଠ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ଶାଖାର ପୂର୍ବତନ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟଅତିଥି ଭାବେ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉତ୍କଳ ହିତ୍ୟେଷିଣୀ ସମାଜର ସଭାପତି ଭାରତ ଭୂଷଣ ମହାନ୍ତି ଯୋଗ ଦେଇଥିଲେ । ପଣ୍ଡିତ ଗୋପୀନାଥ ନନ୍ଦ ସମାଲୋଚନା ସାହିତ୍ୟର ପ୍ରଥମ ଅଗ୍ରଣୀ ଥିଲେ ଏଥି ସହିତ ସେ ଓଡ଼ିଆ ଭାଷା ସାହିତ୍ୟର ଏକ ବିଚକ୍ଷଣ ସମାଲୋଚକ ସମେତ ଓଡ଼ିଆ ଭାଷା ତତ୍ତ୍ୱବିଦ ଓ ଗଳ୍ପତତ୍ତ୍ଵ ଅଭିଧାନର ପ୍ରଣେତା ଥିଲେ । ଭାରତୀୟ ଭାଷା ବିଜ୍ଞାନ ଓ ସାହିତ୍ୟ ଭିତରେ ସେ ଥିଲେ ଏକ ଅମ୍ଳାନ ପ୍ରତିଭା ।ଗୋପୀନାଥ ନନ୍ଦ ହେଉଛନ୍ତି ପ୍ରଥମ ତୁଳନାତ୍ମକ ସମାଲୋଚନା ରଖିଥିବା ପ୍ରଥମ ସାହିତ୍ୟିକ । ଭାଷା ଓ ସାହିତ୍ୟକୁ ଅବ୍ୟାହତ ରଖିବାରେ ପ୍ରଥମ ସ୍ରଷ୍ଟା ଥିଲେ। ସେ ଏକ ଧାରାରେ ନାଟ୍ୟକାର , ଗଦ୍ୟକାର , ସଂସ୍କୃତ ପାଣ୍ଡିତ୍ୟ , ସାମଲୋଚକ ଓ ସମାଲୋଚନା ସାହିତ୍ୟର ଦିଗଦର୍ଶକ ଭାସାତତ୍ତ୍ଵ ଓ ବ୍ୟାକରଣର ସ୍ବତନ୍ତ୍ର ଆସନର ଅଧିକାରୀ ଏବଂ ଏକ ଅନନ୍ୟ ପ୍ରତିଭା ବାନ ବ୍ୟକ୍ତିତ୍ଵ ଥିଲେ , ସେହିଭଳି ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର , ଅଧ୍ୟାପକ ଡ଼ଃ ଚନ୍ଦ୍ର ଶେଖର ଦାସ , ଅଧ୍ୟାପକ ଆର୍ତ୍ତତ୍ରାଣ ଚଇନୀ, ରାଜେନ୍ଦ୍ର ରଥ, ନରସିଂହ ଗୌଡ଼, ସଚ୍ଚି ସାମଲ,ପ୍ରଫୁଲ୍ଲ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ରାଜଗୁରୁ ଏବଂ ଗୌରହରି ପଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ଭଗବତ ପାଢ଼ୀ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଶରତ ସାହୁ , ବିଷ୍ଣୁ ପଣ୍ଡା , ମୁରଲୀ ଧର ପରିଛା ଓ ତ୍ରିପତି ପ୍ରସାଦ ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version