ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ହକି କିମ୍ବଦନ୍ତି ମେଜର ଧ୍ୟାନଚlନ୍ଦଙ୍କ ଜୟନ୍ତୀ ଅବସରରେ ଆଜି ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ରାୟଗଡା କ୍ରୀଡା ବିଭାଗ ତରଫରୁ ସମୂହ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରଇତ ମୁଖ୍ୟ ଅତିଥି, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲିନୁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, କ୍ରୀଡ଼ାବିତ, କ୍ରୀଡା ଶିକ୍ଷକ ଆଦି ଯୋଗଦେଇ ପ୍ରବାଦ ପୁରୁଷ ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ସ୍ଥାନୀୟ ସଦଭାବନା କ୍ରୀଡ଼ାଙ୍ଗନ ଠାରୁ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ପଦଯାତ୍ରାରେ କଲେଜ, ସ୍କୁଲର ଛାତ୍ର ଛାତ୍ରୀ ବହୁ ସଂଖ୍ୟାରେ ଯୋଗଦେଇ ସହରର ଆରଆଇସି ଛକରୁ ଶିବମନ୍ଦିର ପର୍ଯ୍ୟନ୍ତ ଯିବା ପରେ ସେଠାରୁ ପୁଣି ଫେରି ସଦଭାବନା କ୍ରୀଡ଼ାଙ୍ଗନ ଠାରେ ସମାପନ ହୋଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ମହା ବିଦ୍ୟାଳୟର କ୍ରୀଡା ଅଧ୍ୟାପିକା ରିତା ରାଣୀ ମିଶ୍ର, ଜି ସି ଡି ହାଇସ୍କୁଲର କ୍ରୀଡା ଶିକ୍ଷକ ସୁନୀଲ କୁମାର ମହାନ୍ତ ଏବଂ ଅନ୍ୟାନ୍ୟ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ, କ୍ରୀଡ଼ାବିତ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଜାତୀୟ କ୍ରୀଡ଼ା ଦିବସ 2023 ପାଳିତ !!!

