Site icon Awaj Media

ଆସନ୍ତା ୧ ତାରିଖରେ ବାଲୁଗାଁ ମହାବିଦ୍ୟାଳୟ ୪୩ ତମ ପ୍ରତିଷ୍ଠା ଦିବସ ସମାରୋହ : ସମସ୍ତ ପ୍ରସ୍ତୁତି ଶେଷ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟର ୪୩ ତମ ପ୍ରତିଷ୍ଠା ଦିବସ ସମାରୋହ ଆସନ୍ତା ସେପ୍ଟେମ୍ବର ୧ ତାରିଖ ଶୁକ୍ରବାର ଦିନ ୧ ଘଟିକା ସମୟ ରେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ ସମାରୋହ ରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଏବଂ ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ମହା ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଏବଂ ସମ୍ବର୍ଦ୍ଧନା ପ୍ରଦାନ କରାଯିବା କାର୍ଯ୍ୟ ରହିଥିବା ବେଳେ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂଙ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଉକ୍ତ ସମାରୋହ ରେ ସଭାପତି ଭାବେ ଶ୍ରୀଯୁକ୍ତ ପ୍ରବାସ କୁମାର ସୁନ୍ଦରରାୟ, ସଭାପତି ବାଲୁଗାଁ ମହାବିଦ୍ୟାଳୟ ପରିଚାଳନା ପରିଷଦ, ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ମାନ୍ୟବର ବିଧାୟକ ଚିଲିକା, ମୁଖ୍ୟବକ୍ତା ପ୍ରଫେସର ଦାଶ ବେନହୁର୍ ବିଶିଷ୍ଟ ଶିକ୍ଷାବିତ, ଲେଖକ ଓ ସ୍ତମ୍ଭକାର, ସମ୍ମାନିତ ଅତିଥି ଭାବରେ ଡକ୍ଟର ମୃତ୍ୟଞ୍ଜୟ ରଥ ଅଧ୍ୟାପକ କେ. ବି. ଡି. ଏ.ଭି ମହା ବିଦ୍ୟାଳୟ ନିରାକାରପୁର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ମହାବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ଡକ୍ଟର କଳ୍ପନା ଦାସ ସୂଚନା ଦେଇଛନ୍ତି ।

Exit mobile version