Site icon Awaj Media

ଏସକେସିଜି ମହାବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି 2020 ସମ୍ପର୍କିତ ଆଲୋଚନା ଚକ୍ର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଆନ୍ତରିକ ଗୁଣବତ୍ତା ପ୍ରତ୍ୟାୟନ ପ୍ରକୋଷ୍ଠ ତଥା IQAC ଆନୁକୂଲ୍ୟରେ ଜାତୀୟ ଶିକ୍ଷା ନୀତି ସମ୍ପର୍କିତ ଏକ ଦିବସୀୟ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ଶିକ୍ଷା ନୀତି 2020 ର ବିଭିନ୍ନ ଗୁଣାତ୍ମକ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର CDC ତଥା ମହା ବିଦ୍ୟାଳୟ ଉନ୍ନୟନ ସମିତିର ନିର୍ଦ୍ଦେଶକ ସୁକାନ୍ତ କୁମାର ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜାତୀୟ ଶିକ୍ଷା ନୀତି 2020 ଆଗାମୀ ଭବିଷ୍ୟତ ଶିକ୍ଷାର୍ଥୀ ମାନଙ୍କ ପାଇଁ ବେଶ ଉପାଦେୟ ହେବ ବୋଲି କହିଥିଲେ । ମହା ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଜିତେନ୍ଦ୍ର କୁମାର ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆନ୍ତରିକ ଗୁଣବତ୍ତା ପ୍ରତ୍ୟାୟନ ପ୍ରକୋଷ୍ଠର ସଂଯୋଜକ ତଥା ସଂସ୍କୃତି ବିଭାଗର ମୁଖ୍ୟ ପ୍ରଫେସର ଵିଘ୍ନେଶ୍ବର ମିଶ୍ର ଆଲୋଚନା ଚକ୍ରର ସଂଯୋଜକ ଭାବେ କାର୍ଯ୍ୟ କରି ଆଲୋଚନାର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ପରିଶେଷରେ ଇଂରାଜୀ ବିଭାଗର ମୁଖ୍ୟ ପ୍ରଫେସର ସ୍ନେହପ୍ରଭା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ସହଯୋଗ କରିଥିଲେ ।

Exit mobile version