Site icon Awaj Media

ବର୍ତ୍ତଣ୍ଡା ଗ୍ରାମରେ କୂଅରେ ପଡି ନାବାଳିକା ମୃତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମର ଏକ ଗଭୀର କୂଅ ମଧ୍ୟରେ ଜଣେ ନାବାଳିକା ପଡି ତାଙ୍କର ମୃତ୍ୟୁ ହୋଇଛି ! ସୂଚନା ମୁତାବକ ବର୍ତ୍ତଣ୍ଡା ଗ୍ରାମର ଅନାମ ପ୍ରଧାନଙ୍କ 17 ବର୍ଷୀୟ ଝିଅ ମାମାଲି ପ୍ରଧାନ ଆଜି ଦିବା 10:30 ମିନିଟ ସମୟରେ ନିଜ ଘର ପାର୍ଶ୍ଵରେ ଥିବା କୂଅରୁ ପାଣି ଆଣୁଥିବା ସମୟରେ ଭାରସାମ୍ୟ ହରାଇ କୁଅ ମଧ୍ୟରେ ପଡି ଯାଇଥିଲେ । ମାମାଲି ପ୍ରଧାନଙ୍କୁ ତାଙ୍କର ପରିବାର ବର୍ଗ କୁଅ ମଧ୍ୟରୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ମାମାଲି ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ । ଅଘଟଣକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି !

Exit mobile version