ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୂଆଗାଁ ବିରୂପାଖେଶ୍ୱର ସେବା ସଂଘ ର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଦର ମହକୁମା ବଜାର ନିକଟରେ ଥିବା ଦାଶରଥି ସ୍ମୃତି ମଣ୍ଡପ ଠାରେ ବିରୂପାଖେଶ୍ୱର ସେବା ସଂଘ ତରଫରୁ ଅପରାହ୍ନ ସମୟରେ ସାତପାଟଣା ଓ ଦିଣ୍ଡାଭୁଇ ମାତୃମଣ୍ଡଳି ମଧ୍ୟରେ ବାଦି ସଂକୀର୍ତ୍ତନ ହୋଇଥିଲା । ରାତି ୭ ଟା ସମୟରେ ନୟାଗଡ଼ ସାଇପ୍ରସାଦ ଭଜନ ସନ୍ଧ୍ୟା କଳାକାର ମାନଙ୍କୁ ନେଇ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମା ପିତାବଳି ଠାକୁରାଣୀ ମନ୍ଦିର ଉଦଘାଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ , ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଶଙ୍କର୍ଷଣ ବେହେରା, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ନୂଆଗାଁ ପଞ୍ଚାୟତର ସରପଞ୍ଚ ଅମିତା ପରିଡ଼ା, ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳି ସାସମଲ , ଆତ୍ମା ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ , ଗୁମି ସମିତି ସଭ୍ୟ , ପୂର୍ବତନ ସରପଞ୍ଚ ଗୋଲକ ବିହାରୀ ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇଥିଲେ ।
ମା ପିତବଳୀ ଙ୍କ ମନ୍ଦିର ଉଦଘାଟନ ଉତ୍ସବରେ ଯୋଗଦେଲେ ଦଶପଲ୍ଲା ବିଧାୟକ !!!

