Site icon Awaj Media

ପାରଳାଖେମୁଣ୍ଡି ସହର ରେ ଏବେବି ବଞ୍ଚିରହିଛି ଗମାଡିଆଁ ପରମ୍ପରା ପ୍ରତିଯୋଗିତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କଳା ଓ ସଂସ୍କୃତି ର ସହର ପାରଳାଖେମୁଣ୍ଡିରେ ପରମ୍ପରାକୁ ବଞ୍ଚେଇବା ପାଇଁ ପ୍ରଚେଷ୍ଟା ଜାରି ରହିଛି । ବର୍ଷର ବିଭନ୍ନ ମାସରେ ଏଠାରେ ବିଭିନ୍ନ ପର୍ବପର୍ବାଣୀ ପାଳନ କରାଯାଏ ! ସେଥି ମଧ୍ୟରୁ ଗମ୍ମା ଡିଆଁ ପରମ୍ପରା ଅନ୍ୟତମ । ଆଜିର ଦିନରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଙ୍କୁ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧଥାନ୍ତି ଯାହା ଫଳରେ ଶ୍ରାବଣ ପୂର୍ଣ୍ଣିମାକୁ ରାକ୍ଷୀ ପୂର୍ଣିମା ଓ ଆଜିର ଏହି ଦିନଟି କୃଷକ ମାନଙ୍କ ପାଇଁ ମଧ୍ୟ ଏକ ବିଶେଷ ଦିନ ହୋଇଥାଏ । ବର୍ଷା ଋତୁ ପୂର୍ବରୁ ଚାଷୀ କୂଳ ଆରମ୍ଭ କରିଥିବା ଚାଷ କାମରେ ବ୍ୟବହାର ହୋଇଥବା ଲଙ୍ଗଳ କୁ ପୂଜା କରାଯାଇଥାଏ ! ଯାହାକୁ ଆଞ୍ଚଳିକ ଭାଷାରେ ଲଙ୍ଗଳ ଧୁଆ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ଦିନ ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧି ଶୁଭ କାମନା କରିଥାଏ । ରାକ୍ଷୀ ପୂ୍ଣିମା ଦିନରେ କାହିଁ କେଉଁ କାଳରୁ ପାରଳାଖେମୁଣ୍ଡି ସହରର ବିଭିନ୍ନ ସାହିରେ ଗମ୍ମା ଡିଆଁ ପର୍ବ ପରମ୍ପରା ଚାଲିଆସିଛି । ମାଟିରେ ଏକ ଗମ୍ମା ତିଆରି କରି ବଳଦେବଙ୍କ ପୂଜା କରିବା ପରେ ସାହି ତଥା ଅଞ୍ଚଳର ଯୁବ ପିଡି ଗମ୍ମା ଡିଆଁ ପ୍ରତିଯୋଗିତାକୁ ବହୁ ଆଡମ୍ବରରେ ପାଳନ କରିଥାନ୍ତି । ଏହି ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ବିଭିନ୍ନ ପ୍ରକାର ପୁରସ୍କାର ପ୍ରଦାନ କରାଯାଇଥାଏ । ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବା ପାଇଁ ପାରଳାଖେମୁଣ୍ଡି ସହରର ଓଡ଼ିଆ ପାରଳା ସାହି, କାମ୍ପ ସାହି, ରେଲୱେ ଷ୍ଟେସନ ରୋଡ, ସୁବାସ ନଗର ଆଦି ବିଭିନ୍ନ ସାହିରେ ଏହି ପ୍ରତିଯୋଗିତା ଅନୁଷ୍ଠିତ କରିଥିବା ଦେଖିବାକୁ ମିଳିଛି । ଆଧୁନିକ ଯୁଗରେ କିଛି ଯୁବ ଗୋଷ୍ଠୀ ପରମ୍ପରାକୁ ବଞ୍ଚାଇବାକୁ ପ୍ରଚେଷ୍ଟା କରୁଥିବାରୁ ସହରର ବୁଦ୍ଧିଜୀବୀ ଏହାକୁ ସ୍ବାଗତ କରିଛନ୍ତି !

Exit mobile version