Site icon Awaj Media

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନl କାର୍ଯ୍ୟକ୍ରମ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲାପଲଙ୍କ କାର୍ଯ୍ୟlଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ବୈକୁଣ୍ଠ ନାଥ ଛୁଆଳ ସିଂଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ଅଧକ୍ଷତlରେ ଏବଂ ଅତିରକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡେପୁଟି କଲେକ୍ଟର ସୂର୍ଯ୍ୟମଣି ଭୋଇ, ମଧୁସ୍ମିତା ବେହେରାଙ୍କ ଉପସ୍ଥିତରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟଳୟ କର୍ମଚାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ, ଅନୁବିଭାଗୀୟ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା , ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଧ୍ରୁବ ଚରଣ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଜନାବ ଶେଖ ଆଲେନୁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସେକ୍ସନ ବିପ୍ର ଚରଣ ସ୍ୱାଇଁ, ଅଫିସର ଟୁନା ରଙ୍ଗୋଲି, ବବିତା ପଣ୍ଡା, ବୀର ଦଳେଇ ,ସମସ୍ତ ବରିଷ୍ଠ ରାଜସ୍ବ ସହାୟକ, ସମସ୍ତ କନିଷ୍ଠ ରାଜସ୍ୱ ସହାୟକ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଯୋଗଦାନ କରି ସମ୍ବର୍ଦ୍ଧନା ଦେଇଥିଲେ l ବିଦlୟୀ ଛୁଆଳ ସିଂ ଜଣେ ସମୟନୁବର୍ତ୍ତୀ, ନମ୍ର, ଶାନ୍ତ, କର୍ମଠ ଓ ସରଳ ବିଶ୍ୱାସୀ ଥିଲେ l ଶ୍ରୀ ସିଂ ଦୀର୍ଘ 36 ବର୍ଷ କାର୍ଯ୍ୟ କାଳରେ ସମସ୍ତଙ୍କ ସହିତ ଉତ୍ତମ ବ୍ୟବହାର ପାଇଁ ସମସ୍ତଙ୍କ ପ୍ରିୟଭାଜନ ହୋଇଥିଲେ l ସମସ୍ତେ ତାଙ୍କର ଅବସରକାଳୀନ ଜୀବନର ଶୁଭ କାମନା କରିଥିଲେ l

Exit mobile version