ସୁକିନ୍ଦା ପାଖ ମୁଖ୍ୟ ରାସ୍ତାରେ ଯୁବମୋର୍ଚ୍ଚା କର୍ମୀଙ୍କୁ ଅଟକ ରଖିଲା ପୋଲିସ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ପାଖ ମୁଖ୍ୟ ରାସ୍ତାରେ ଯୁବମୋର୍ଚ୍ଚା କର୍ମୀଙ୍କୁ ଅଟକ ରଖିଲା ସୁକିନ୍ଦା ପୋଲିସ ! 5 ଟି ସଚିବ ଭିକେ ପାଣ୍ଡିଆନଙ୍କର ଗୋବର୍ଦ୍ଧନପୁର ଗସ୍ତ ଥିବା ବେଳେ ତାହାକୁ ବିରୋଧ କରିବା ପାଇଁ ସୁକିନ୍ଦା ଯୁବମୋର୍ଚ୍ଚାର କର୍ମୀ ମାନେ ବାହାରିଥିବା ବେଳେ ସୁକିନ୍ଦା ପୋଲିସ୍ ସୁକିନ୍ଦା ପାଖ ମୁଖ୍ୟ ରାସ୍ତାରେ ଅଟକ ରଖିଥିଲା । ସୂଚନା ମୁତାବକ ବ୍ୟୟ ବହୁଳ କାର୍ଯ୍ୟକ୍ରମ କରି ସରକାରୀ ଅର୍ଥର ଅପବ୍ୟୟ କରୁଥିବା ଅଭିଯୋଗ କରି ବିଜେପି ଯୁବ ମୋର୍ଚ୍ଚାର ପ୍ରମୁଖ କାର୍ଯ୍ୟକର୍ତ୍ତା , ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ରବିନ୍ଦ୍ର ପୁହାଣ, ଜିଲ୍ଲା ଯୁବ ଉପସଭାପତି ପ୍ରକାଶ ବେହୁରା, ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ମୁଦୁଲି ଗୋବର୍ଦ୍ଧନପୁର ଅଭିମୁଖେ ବାହାରୁଥିବା ସୁକିନ୍ଦା ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇଥିଲା । ସୁକିନ୍ଦା ପୋଲିସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏବେ ଯୁବ ମୋର୍ଚ୍ଚାର କର୍ମୀ ମାନଙ୍କୁ ଅଟକ ରଖିଥିଲା ।

Leave a Reply

Your email address will not be published. Required fields are marked *