Site icon Awaj Media

ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନ ଜାଗରଣ ସଭା : ଯୋଗ ଦେବେ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଦିନ ୧୧ଟା ସମୟ ରେ ସ୍ଥାନୀୟ ସଭାଗୃହ ଠାରେ ଏକ ବିରାଟ ଜନ ଜାଗରଣ ସଭା ସହ ଏକ ବିଶାଳ ଜନ ସମାବେଶ ଅନୁଷ୍ଠିତ ହେବ। କେନ୍ଦ୍ର ରେ ବିଜେପି ନେତୃତ୍ଵାଧୀନ ସରକାର ଓ ରାଜ୍ୟ ରେ ବିଜେଡି ସରକାରଙ୍କ ଭ୍ରଷ୍ଟାଚାର ଓ ଏକଛତ୍ରବାଦ ବିରୋଧ ରେ ଏକତ୍ରିତ ହେବା ସହ ଜନ ଜାଗରଣ କରିବା କଂଗ୍ରେସ ର ଲକ୍ଷ୍ୟ ବୋଲି କନ୍ଧମାଳ ଲୋକସଭା କ୍ଷେତ୍ରର ଏଲଡିଏମ ସଂଯୋଜକ ଅମିର ଚାନ୍ଦ ନାୟକ ପ୍ରକାଶ କରିଛନ୍ତି l

ଏଥିରେ ରାଜ୍ୟ ପ୍ରଭାରୀ ଚେଲା କୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ,ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା , ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, କଣ୍ଟାବାଞ୍ଜି ବିଧାୟକ,ସନ୍ତୋଷ ସିଂ ସାଲୁଜା, କନ୍ଧମାଳ ଜିଲ୍ଲା ପ୍ରଭାରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ଜିଲ୍ଲା ସଭାପତି ଅନାମ ନାୟକ, ଅମିର ଚାନ୍ଦ ନାୟକ, ପୂର୍ବତନ ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ, ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ନକୁଳ ନାୟକ ପ୍ରମୁଖ ଉପସ୍ଥିତ ରହିବେ ! ଜିଲ୍ଲାର ସମସ୍ତ ବ୍ଲକ ସଭାପତି, ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, ମହିଳା କଂଗ୍ରେସ ସଦସ୍ୟ , ଯୁବ କଂଗ୍ରେସ ସଦସ୍ୟ, ଅନୁସୂଚିତ ଜନଜାତି, ଜାତି ବର୍ଗ ର ସଭାପତି ସମେତ ୧୦ ହଜାର ରୁ ଅଧିକ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ବିଜେପି ଓ ବିଜେଡି ଦଳ ଛାଡ଼ି କଂଗ୍ରେସ ରେ ପ୍ରାୟ ୧ ହଜାରରୁ ଊର୍ଧ୍ଵ ଲୋକ ଯୋଗଦେବେ ।

Exit mobile version