ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଶରଧାପୁର ଗ୍ରାମର ରାଧାଗୋବିନ୍ଦ ରଘୁନାଥ ଆଶ୍ରମରେ ପୂଜ୍ୟ ଗୁରୁ ଶ୍ରୀ ଶ୍ରୀ ସାଗର ମହାରାଜାଙ୍କର 49 ତମ ଜୟନ୍ତୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି I ଏହି ଉପଲକ୍ଷେ ଆଖପାଖରୁ ପାଖାପାଖି ପଚିଶି ରୁ ତିରିଶି ଜଣ ବୈଷ୍ଣବ ସାଧୁ ଏବଂ ତିନି ଶହରୁ ଚାରି ଶହ ଭକ୍ତ ମିଶି ପ୍ରଥମେ ଗୁରୁବନ୍ଦନା , ଏହାପରେ ହରି କଥା ପ୍ରବଚନ ସହିତ ଭଜନ କୀର୍ତ୍ତନ କରିଥିଲେ I ବିନା ଗୁରୁରେ ଜ୍ଞାନ ଉଦୟ ହୁଏ ନାହିଁ ଏବଂ ପ୍ରତ୍ୟକ ମନୁଷ୍ୟ ତାର ଜୀବନରେ ଉପଯୁକ୍ତ ଗୁରୁ ଚୟନ କରି, ଶିଷ୍ୟତ୍ୱ ଗ୍ରହଣ କରିବା ଆବଶ୍ୟକ ବୋଲି, ଗୁରୁ ଶ୍ରୀ ସାଗର ମହାରାଜ ଭକ୍ତ ମାନଙ୍କୁ ଅତି ସରଳରେ ବୁଝାଇଥିଲେ I ଜଣେ ସାଧୁ ମଳୟ ପବନ ସଦୃଶ ମନୁଷ୍ୟ ରୂପି କାଷ୍ଠକୁ ଚନ୍ଦନରେ ପରିଣତ କରନ୍ତି ବୋଲି ଶ୍ରୀ ଶ୍ରୀଧର ଦାଶ ବୁଝାଇଥିଲ I ଏହାପରେ ଅନେକ ସାଧୁ ଭକ୍ତ ମାନଙ୍କୁ ହରି କଥା ଶୁଣାଇଥିଲେ I ପରିଶେଷରେ ସମସ୍ତ ଭକ୍ତ ପ୍ରସାଦ ସେବନ କରି ନିଜକୁ ଧନ୍ୟ କରିଥିଲେ I
ରାଧାଗୋବିନ୍ଦ ରଘୁନାଥ ଆଶ୍ରମରେ ଗୁରୁଙ୍କର ଜୟନ୍ତୀ ପାଳନ !!!

