ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ତିତ ବଡ ରାଧାକାନ୍ଥ ମଠ ପ୍ରାଙ୍ଗଣରେ ଆଜି ବ୍ରାହ୍ମଣ ଦେବତା ମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକ ଶାନ୍ତି ପୂର୍ଣ୍ଣ ପରିବେଶ ରେ ଆରମ୍ଭ ହୋଇଥିଲା । ଏଥିରେ ପାରଳାଖେମୁଣ୍ଡି ସହରର ୩୦ ଜଣ ବ୍ରାହ୍ମଣ ଦେବ ଉପସ୍ଥିତ ରହି ବୈଠକ କୁ ସାଫଲ୍ୟ ମଣ୍ଡିତ କରିଥିଲେ । ବୈଠକ ରେ ସମସ୍ତଙ୍କୁ ନିଜର ମତ ପରିପ୍ରକାଶ କରିବା ପାଇଁ ସୁଯୋଗ ଦିଆଯାଇଥିଲା । ସମସ୍ତେ ନିଜ ନିଜର ମତାମତ ପରିପ୍ରକାଶ କରି ବୈଠକ ର ଆଗ୍ରହ କୁ ବଢ଼ାଇଥିଲେ। ବିଭିନ୍ନ ସ୍ବାଗତ ଯୋଗ୍ୟ ମତ ଏବଂ ପ୍ରସ୍ତାବ ଆସିଲା । ତନ୍ମଧ୍ୟରୁ ଏକ ସାଧାରଣ ମତ ଥିଲା “ସଂଗଠନ କୁ ସୁଦୃଢ଼ୀକରଣ” । ଆମ ପାରଳା ପ୍ରଦେଶ ରେ ପ୍ରତ୍ୟେକ ବ୍ରାହ୍ମଣ ପରିବାର କୁ ଯେପରି ଅନ୍ତର୍ଭୁକ୍ତ କରାଯିବ ସେଥି ପ୍ରତି ପ୍ରାଧାନ୍ୟ ଦେବା ପାଇଁ ଆଲୋଚନା ଓ ପର୍ଯ୍ୟଲୋଚନା ଚାଲିଲା । ପରିଶେଷରେ ସମସ୍ତ ଙ୍କ ସହମତି କ୍ରମେ ପ୍ରତ୍ୟେକ ୱାର୍ଡ ରେ କିଛି ବ୍ୟକ୍ତିଙ୍କୁ ଦାୟିତ୍ଵ ଦେବା ପାଇଁ ସ୍ଥିର ହେଲା । ସେହି ବ୍ୟକ୍ତି ବିଶେଷ ମାନେ ନିଜ ନିଜ ୱାର୍ଡ ର ପ୍ରତ୍ୟେକ ସାହି ରେ ଥିବା ବ୍ରାହ୍ମଣ ପରିବାର ଙ୍କ ସହ ଯୋଗାଯୋଗ କରି ବ୍ରାହ୍ମଣ ସମାଜ ବିଷୟରେ ଜଣାଇ ସେମାନଙ୍କ ନାମ ଓ ଠିକଣା ସଂଗ୍ରହ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ପରିଶେଷରେ ପ୍ରତ୍ୟେକ ମାସ ର ପ୍ରଥମ ରବିବାର ଦିବା ୧୦.୦୦ ଘଣ୍ଟିକା ସମୟରେ ବୈଠକ କରିବା ପାଇଁ ସ୍ଥିର ହେଲା । ଆଜି ର ବୈଠକ ରେ ବସନ୍ତ କୁମାର ପଣ୍ଡା, ରାଜେନ୍ଦ୍ର ରଥ, ଅମୂଲ୍ୟ ପାଣିଗ୍ରାହୀ, ଅଭିମନ୍ୟୁ ପଣ୍ଡା, ମନୋଜ ଦାସ ହରି ନାଥ ପାତ୍ର, ବୁଣା ତ୍ରୀପତି ପୂରହୀତ, ପାଣିଗ୍ରାହୀ,ଧିରେନ ପଣ୍ଡା, ଅରୁଣ ପଣ୍ଡା,ପ୍ରକାଶ ଚୌଧୁରୀ, ଭାଗବତ ପାଢି, ଶୁଶିଲ ପାଣିଗ୍ରାହୀ, ଅସ୍ମୀନି ପାଢି। ନୃସିଂହ ଚରଣ ମିଶ୍ର ,ରବି ନାରାୟଣ ଦାସ, ପ୍ରମୁଖ ବ୍ରାହ୍ମଣ ଦେବତା ଉପସ୍ଥିତ ରହି ବୈଠକ ଟି ସୁଚାରୁରୂପେ ଚଳାଇବା କରିବା ସହିତ ଆଗାମୀ ବୈଠକ ପାଇଁ ସୁଚିନ୍ତିତ ମତାମତ ରଖିଛନ୍ତି ବ୍ରାହ୍ମଣ ଦେବତା ମାନେ ।
ପାରଳାଖେମୁଣ୍ଡି ବ୍ରାହ୍ମଣ ସମାଜ ବୈଠକ ଅନୁଷ୍ଠିତ !!!

