Site icon Awaj Media

ଜାତୀୟ ସ୍ତରୀୟ ଟାଇକୋଣ୍ଡ ଚମ୍ପିୟାନସିପ ରେ ନୟାଗଡ଼ ଜିଲ୍ଲାର କୃତିତ୍ୱ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଚଳିତ ସେପ୍ଟେମ୍ବର ମାସ ୨ ରୁ ୪ ତାରିଖ ମଧ୍ୟରେ ଝାରଖଣ୍ଡ ରାଞ୍ଚି ଠାରେ ୧୪ ତମ ଭଗବାନ ବିର୍ଶାମୁଣ୍ଡା ଜାତୀୟ ଓପନ ଟାଇକୋଣ୍ଡ ଚମ୍ପିୟାନସିପ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ନୟାଗଡ଼ ଓ ଇଟାମାଟି ଅଞ୍ଚଳର ୮ ଛାତ୍ର ଓ ଦୁଇଜଣ କୋଚ ପୃଥିବୀ ରାୟଗୁରୁ ଓ ଶିବାନନ୍ଦ ରାୟଗୁରୁ ଓଡ଼ିଶା ଟାଇକୋଣ୍ଡ ଆସୋସିଏସନ୍ ଅଧୀନରେ ଝାରଖଣ୍ଡ ଯାତ୍ରା କରିଥିଲେ ! ଏଥି ମଧ୍ୟରୁ ନୟାଗଡ଼ ମାର୍ଶାଲ ଆର୍ଟ ଏକାଡେମି ର ଛାତ୍ର ପ୍ରିୟାନସୁ ପାଲ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ଇଟାମାଟି ପୃଥିବୀ ଟାଇକୋଣ୍ଡ ଆକାଡେମି ର ଛାତ୍ର ଆସିସ୍ ସାହୁ ରୌପ୍ୟ ପଦକ ପାଇ ନୟାଗଡ଼ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି । ଅନୁଷ୍ଠାନର ଛାତ୍ରଛାତ୍ରୀ ତଥା ଅଭିଭାବକ ତଥା ନୟାଗଡ଼ ମାର୍ଶାଲ ଆର୍ଟ ଏକାଡେମି ର ମୁଖ୍ୟ ଭବାନୀ ଶଙ୍କର ରାୟଗୁରୁ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Exit mobile version