ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର କେଶରୀ ହୋଟେଲରେ ଖୋର୍ଦ୍ଧା ର ପୂର୍ବତନ ବିଧାୟକ ତଥା ନିଡ୍ସ୍ ଅଫ୍ ଦି ଟାଇମ୍ ର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ ଙ୍କ ନେତୃତ୍ୱ ରେ ଏକ ଆଲୋଚନାଚକ୍ର ଏବଂ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ! ଏହି ବୈଠକ ରେ ରାଜ୍ୟର ପ୍ରତିଷ୍ଠିତ ରାଜନେତା , ଶିକ୍ଷlବିତ , ସମ୍ବିଧାନ ବିଶେଷଜ୍ଞ , ବହୁ ବରିଷ୍ଠ ସାମ୍ବାଦିକ ଓ ସମାଜସେଵୀ ମାନେ ଯୋଗ ଦେଇଥିଲେ ! କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଭାରତର ସାମ୍ପତିକ ନିର୍ବାଚନ ପଦ୍ଧତିରେ ସଂସ୍କାର ର ଆବଶ୍ୟକତା ଏବଂ କିଭଳି ଭାବରେ ଏହାର ସଂସ୍କାର ହେବ ଏହାକୁ ବରିଷ୍ଠ ସାମ୍ବାଦିକ ରବି ଦାସ , ବରିଷ୍ଠ ସାମ୍ବାଦିକ ପ୍ରସନ କୁମାର ମହାନ୍ତି , ସାମ୍ବାଦିକ ସୁକାନ୍ତଜିତ ପଟ୍ଟନାୟକ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେଵ ସାହୁ , ପୂର୍ବତନ ଉପଦେଷ୍ଟା, ଜାତୀୟ ନିର୍ବାଚନ କମିଶନ ଭଗବାନ ପ୍ରକାଶ , ପୂର୍ବତନ କୁଳପତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସୁରେନ୍ଦ୍ର ନାଥ ପଶୁପାଳକ ପ୍ରମୂଖ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ !
ଗଣତନ୍ତ୍ର ର ସୁରକ୍ଷା ସମ୍ପର୍କୀତ ଆଲୋଚନା ଚକ୍ର !!!

