Site icon Awaj Media

ବାଲୁଗାଁ ରେ ସମ୍ଵାଦ – ଆମ ଓଡ଼ିଶା ଚିତ୍ରାଙ୍କନ ପ୍ରତିଯୋଗିତାରେ ଅପୂର୍ଭା ପ୍ରଥମ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକରେ ଆଜି ଭାଷା ଜ୍ଞାନ , ଚିତ୍ର କଳା ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଚିଲିକା ବ୍ଲକ୍ ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆଜି ପ୍ରତିଯୋଗିତା ବାଲୁଗାଁ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଚିତ୍ରାଙ୍କନ ପ୍ରତିଯୋଗିତାରେ ଚିଲିକା ରାଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ୫ମ ଶ୍ରେଣୀ ର ଛାତ୍ରୀ ଅପୂର୍ଭା ସାହୁ ପ୍ରଥମ ବିବେଚିତ ହୋଇ ପୁରସ୍କୃତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ବ୍ଲକ୍ ର ୧୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବିଚାରକ ଭାବରେ ନିମନ୍ତ୍ରିତ ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ମହାରଣା, ଚିତ୍ରଶିଳ୍ପୀ ସୁରେନ୍ଦ୍ର ନାଥ ଗୈ।ଡଙ୍କ ଠାରୁ ଅପୂର୍ଭା ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ଅପୂର୍ଭା ଏତଦବ୍ୟତୀତ ଜଣେ ଶିଶୁ ଅଭିନେତ୍ରୀ ଓ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଭାବରେ ବହୁ ଅନୁଷ୍ଠାନ ଦ୍ଵାରା ପୁରସ୍କୃତ ହୋଇଛନ୍ତି । ସ୍ଥାନୀୟ ଚିଲିକା ସଙ୍ଗୀତ ନାଟକ ଏକାଡେମୀ, ବାଲୁଗାଁ ର ସେ ଜଣେ ଶିଶୁ ସଭ୍ୟା ଭାବେ ପରଫର୍ମିଙ୍ଗ ଆର୍ଟରେ ପ୍ରଶିକ୍ଷଣ ନେଉଛନ୍ତି ।

Exit mobile version