Site icon Awaj Media

ଆଇନଷ୍ଟାଇନ ଗୃପ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଖୋର୍ଦ୍ଧା ବ୍ଲକ ବାଜପୁର ପଞ୍ଚାୟତ ତଥା ବଣିଆଟାଙ୍ଗୀ ସ୍ଥିତ ଆଇନଷ୍ଟାଇନ୍ ଗ୍ରୁପ ମହାବିଦ୍ୟାଳୟରେ ୨୦୨୩ – ୨୦୨୪ ନୂଆ B-tech, M-tech, MBA ଏବଂ MCA ଆଡମିସନ୍ ବ୍ୟାଚ୍ ଛାତ୍ର ଛାତ୍ରୀ ମାନଙ୍କର ଆବାହନ ୨୦୨୩ ଉତ୍ସବ ମହା ଧୁମ୍ ଧାମରେ ସମ୍ପନ୍ନ ହୋଇଯାଇଛି । ଏହି ମହୋତ୍ସବରେ ଶ୍ରୀଯୁକ୍ତ ପ୍ରମୋଦ କୁମାର ପାତ୍ର ଅବସରପ୍ରାପ୍ତ ଜେନେରାଲ ମ୍ୟାନେଜର, ନାଲକୋ , ଶ୍ରୀଯୁକ୍ତ ଏସ୍.ଏମ୍. ଅଲି ଅବସରପ୍ରାପ୍ତ G.G.M ନାଲକୋ ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ଉଭୟ ଅତିଥି ତାଙ୍କ ଅଭିଭାଷଣରେ ଇଞ୍ଜିନିୟରିଂ, କମ୍ପ୍ୟୁଟର ଏବଂ ଏସ୍.ବି.ଏ ଶିକ୍ଷା ର ମହତ୍ୱ ଏବଂ ଏହାକୁ ଉପଯୋଗ କରି କିପରି ଭାବରେ ନିଜର ଭବିଷ୍ୟତ ଗଢି ପାରିବେ ସେହି ବିଷୟରେ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ । ଅନୁଷ୍ଠାନ ଅଧକ୍ଷ ଡ଼ ଶୁଭେନ୍ଦୁ ପ୍ରସାଦ ସାହୁ ଏବଂ ଡାଇରେକ୍ଟର ଡ଼ ବିଶ୍ୱଜିତ ତ୍ରିପାଠୀ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ BPuT ବିଶ୍ୱବିଦ୍ୟାଳୟ ର ବିଭିନ୍ନ ନିୟମ କାନୁନ ବିଷୟରେ ଅବଗତ କରାଇଥିଲେ ! ଏଥି ସହିତ ଛାତ୍ର ଛାତ୍ରୀ ମାନେ ଜୀବନକୁ କିପରି ସୃଙ୍ଖଳିତ ଭାବରେ ଗଢି ତୋଳିବେ ସେହି ବିଷୟରେ ଦିଗ ଦର୍ଶନ ଦେଇଥିଲେ ! ଏହି କାର୍ଯ୍ୟକ୍ରମ କୁ ଦୀପକ ରଂଜନ ଶତପଥୀ ପରିଚାଳନା କରିଥିଲେ !ଅନୁଷ୍ଠାନର ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ତଥା ଅନ୍ୟ କମଚାରୀ ଏବଂ ଛାତ୍ରଛାତ୍ରି ବୃନ୍ଦ ସହଯୋଗ ପ୍ରଦାନ କରିଥିଲେ !

Exit mobile version