Site icon Awaj Media

ଖବର ପ୍ରସାରଣ ପରେ ମିଳିଲା ସୂଚନା : ମିଳିଲା ହଜି ଯାଇଥିବା ମା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖବର ପ୍ରସାରଣ ପରେ ମିଳିଲା ସୂଚନା , ମିଳିଲା ହଜି ଯାଇଥିବା ମା ! ଏକ ମାସ ହେଲା ଘରୁ କେଉଁଆଡେ ଚାଲି ଯିବାପରେ ଦୁଇ ଛୁଆ ହୋଇ ପଡିଥିଲେ ଅସହାୟ ! ଭାଇ ଭଉଣୀ ଦୂହେଁ ଚାହିଁ ରହିଥିଲେ ମା ର ଫେରିବା ବାଟକୁ ! ଶେଷ ରେ ପରିବାରକୁ ଫେରିଲା ଖୁସି ! ରାଜଧାନୀ ଉପକଣ୍ଠ ଚନ୍ଦକା ନିକଟରେ ନିଖୋଜ ମହିଳା ଜଣକ ଥିବାର ଖବର ପାଇବା ପରେ ପରିବାର ଲୋକେ ଏବଂ ସ୍ଥାନୀୟ ସରପଞ୍ଚ ପହଞ୍ଚି ତାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ ! ପୁରୀ ଜିଲ୍ଲା ଡେଲାଙ୍ଗ ନିକଟସ୍ଥ ଗୁଆ ଚୌକା ଗାଁ ରୁ ମହିଳା ଜଣକ ନିଖୋଜ ହୋଇଥିଲେ ! ଗାଁ ର କେହିଜଣେ , ତାଙ୍କ ମା କୁ ଭୁବନେଶ୍ୱର କ୍ଲବ ଆଗ ରାସ୍ତାରେ ଦେଖିଥିବାର କହିବାରୁ ତୁରନ୍ତ ଆସିଥିଲେ ଭୁବନେଶ୍ୱର ! ହେଲେ ମା କୁ ସେଠାରେ ପାଇଲେ ନାହିଁ ! ନିରାଶ ହୋଇ ଜୟଦେବ ଭବନ ସାମନା ରେ ବୁଲୁଥିବା ବେଳେ , ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର କିଛି ସଦସ୍ୟ ତାଙ୍କୁ ଦେଖି ଘଟଣା କଣ ପଚାରିଥିଲେ ! ସମସ୍ତ କଥା ଶୁଣି ନାବାଳକ କୁ ସଂଘ କାର୍ଯ୍ୟାଳୟକୁ ସାଙ୍ଗରେ ନେଇ ଆସିଥିଲେ ! ତେବେ ମାନସିକ ବିକୃତି ଥିବା ହେତୁ ଆଗରୁ ମଧ୍ୟ ଏହିପରି ବହୁବାର ଘର ଛାଡି ଚାଲି ଯାଇଥିଲେ ତାଙ୍କ ମା ! ସାମାଜିକ ଗଣମାଧ୍ୟମରେ ଖବର ପ୍ରସାରିତ ହେଲେ ନିଶ୍ଚୟ କେହି ନା କେହି ନିଖୋଜ ମହିଳାଙ୍କ ଖବର ଦେଇ ପାରିବେ ବୋଲି ଆଶା କରି ଓଡିଶା ଡିଜିଟାଲ ମହାସଂଘ ତରଫରୁ ଖବରକୁ ପ୍ରସାରଣ କରାଯାଇଥିଲା , ଆଉ ମିଳିଲା ସୁଫଳ !

Exit mobile version