Site icon Awaj Media

ଚିଲିକାରେ ବୁଡି ଚାଲିଗଲା ବାସୁଦେବଙ୍କ ଜୀବନ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡକୂଳ ପଞ୍ଚାୟତ ଅଶ୍ଵରୀପାଟଣା ଗ୍ରାମର ବାସିନ୍ଦା ବାସୁଦେବ ନାୟକ (୪୦) ଦିନବେଳୁ କୁଆଡେ ଚାଲି ଯାଇଥିବା କହିଥିଲେ ବାସୁଦେବଙ୍କ ପରିବାର ଲୋକେ । ଆଜି ସକାଳୁ ସକାଳୁ ପାନ୍ଥନିବାସ ଜେଟି ବାହାର ପାର୍ଶ୍ଵରୁ ବାସୁଦେବଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କରାଯାଇଥିବା ବେଳେ ଜେଟି ନିକଟରୁ ପ୍ୟାଣ୍ଟ୍ ସାର୍ଟ ଚପଲ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ବାସୁଦେବ ଜେଟି ନିକଟକୁ ଶୌଚ ହେବାକୁ ଆସିଥିବା ବେଳେ ଅସାବଧାନତା ଯୋଗୁଁ ପଥରରେ ଗୋଡ ଖସି ଚିଲିକା ପାଣି ଭିତରକୁ ଚାଲି ଯାଇଥିଲେ । କିନ୍ତୁ ଆଜି ତାଙ୍କର ମୃତ ଶରୀର ଭାସୁଥିବା ଦେଖିବାକୁ ପାଇଥିଲେ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଚିଲିକା କୁଳିଆ ଅଞ୍ଚଳ ଲୋକ, ପହଁରା ଆସୁଥିଲା କି ନାହିଁ, ନା ତାକୁ କିଏ ମାରିଛି ତାହା ବର୍ତମାନ ସନ୍ଦେହ ଘେରରେ, ବାଲୁଗାଁ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଶବ ଉଦ୍ଧାର କରି ବା ସହିତ ବାଲୁଗାଁ ପୋଲିସ ଓ ନାଭାଲ ଫାଣ୍ଡି କୁ ହସ୍ତାନ୍ତର କରିଛି ! ତେବେ ଏହି ବିଷୟକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ଦେଖାଯାଉ ପୋଲିସ ଏହାର ତଦନ୍ତ ପରେ ପ୍ରକୃତ ରହସ୍ୟ ପର୍ଦାଫାଶ ହେବ ବୋଲି ଜନସାଧାରଣଙ୍କ ଦାବି ଜୋର ଧରିଛି l

Exit mobile version