Site icon Awaj Media

କଟକ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ OTET ପରୀକ୍ଷାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଲକ୍ଷାଧିକ OTET ପରୀକ୍ଷାର୍ଥୀ ଙ୍କ ଭବିଷ୍ୟତ ଅନ୍ଧାର ରେ । କଟକ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ OTET ପରୀକ୍ଷାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ । 2023ର OTET ପରୀକ୍ଷାକୁ ଖୁବଶୀଘ୍ର କରିବା ସହ ଜୁନିୟର ଟିଚର ନିଯୁକ୍ତିରେ OTET ପରୀକ୍ଷାର୍ଥୀଙ୍କୁ ଆପିୟର ପାଇଁ ସୁଯୋଗ ଦିଆଯାଉ ବୋଲି ଦାବି କରି ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି OTET ଆଶାୟୀ । ଯେଉଁ ଜାଗାରେ ବର୍ଷକୁ ଦୁଇଥର OTET ପରୀକ୍ଷା ହେଉଥିଲା ବର୍ତ୍ତମାନ ବର୍ଷକୁ ଗୋଟିଏ ଥର ମଧ୍ଯ OTET ପରୀକ୍ଷା ନ ହେବା କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ । ଶେଷଥର ୨୦୧୯ ରେ ଦୁଇଥର OTET ପରୀକ୍ଷା ହୋଇ ଥିବାବେଳେ ୨୦୨୦-୨୧ କୋଭିଡ୍ କଟକଣା ପାଇଁ ବନ୍ଦ ରହିଥିଲା । ଅନ୍ୟପଟେ ୨୦୨୨ର OTET ପରୀକ୍ଷା ୨୦୨୩ ମସିହା ଜୁଲାଇ ମାସରେ ହୋଇଯାଇଛି । ତେବେ ଚଳିତ ୨୦୨୩ ମସିହାର ପରୀକ୍ଷା ବର୍ତ୍ତମାନ ପର୍ଯ୍ୟନ୍ତ ବିଜ୍ଞପ୍ତି ବାହାରିନି ଏବଂ କନିଷ୍ଠ ଶିକ୍ଷକ ପଦବୀ ପ୍ରକାଶ ପାଇବାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

Exit mobile version