Site icon Awaj Media

ବାଲୁଗାଁ ମହାବିଦ୍ୟାଳୟରେ ଏନସିସି ରାଙ୍କ ସେରିମନି ଦିବସ ଅବସରରେ ଏନସିସି କ୍ୟାଡେଟ ଛାତ୍ର ଛାତ୍ରୀ ମାନଙ୍କୁ ରାଙ୍କ ପ୍ରଦାନ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହା ବିଦ୍ୟାଳୟରେ ଏନସିସି ତରଫରୁ ରାଙ୍କ ସେରିମନି ପାଳିତ ହୋଇ ଯାଇଛି । ଏହି ଅବସରରେ ମହା ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ାଃ କଳ୍ପନା ଦାଶ ଏନସିସି କ୍ୟାଡେଟ ଶ୍ରୀ ଦେବରାଜ ମହାପାତ୍ର ଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନିତ କରିବା ସହ ଜୁନିଅର ଅଣ୍ଡର ଅଫିସର ରାଙ୍କ ପ୍ରଦାନ କରିଥିଲେ । ସେହିପରି ଯୁକ୍ତ ଦୁଇ ଅଧ୍ୟକ୍ଷା ଜୟନ୍ତୀ ସାମଲ ଏନସିସି କ୍ୟାଡେଟ ବିପ୍ଳବ ସାମନ୍ତସିଂହାର ଙ୍କୁ କମ୍ପାନୀ ସର୍ଜେଣ୍ଟ ମେଜର ରାଙ୍କ ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟ ଆଡମିନ ଷ୍ଟେଟିଭ ଅଫିସର ଲକ୍ଷ୍ମୀଧର ସୁବୁଦ୍ଧି କ୍ୟାଡେଟ ନିଲମ ସାହୁଙ୍କୁ ସର୍ଜେଣ୍ଟ ରାଙ୍କ ପ୍ରଦାନ କରି ସମ୍ମାନିତ କରିଥିଲେ । ଉପରୋକ୍ତ ରାଙ୍କ ଧାରି ଏନସିସି କ୍ୟାଡେଟ ମାନେ ଶପଥ ଗ୍ରହଣ ପୂର୍ବକ ମହା ବିଦ୍ୟାଳୟର ସମ୍ମାନ ଓ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ସହିତ ଏନସିସି ଉନ୍ନତି ପାଇଁ ପ୍ରତିଶୃତି ଦେଇଥିଲେ ।

ଏହାପରେ ମହା ବିଦ୍ୟାଳୟ ଅଧ୍ୟକ୍ଷା କଳ୍ପନା ଦାଶ ଦେଶର ସୁରକ୍ଷା ତଥା ଉନ୍ନତିରେ ଏନସିସି ର ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବ ରେ ଅଧ୍ୟାପକ ମୁଡ଼ାନୀ ଶଙ୍କର ପ୍ରସାଦ ମିଶ୍ର, ଡଃ କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ଶୁଭସ୍ମିତା ପ୍ରିୟଦର୍ଶିନୀ, ଅଧ୍ୟାପକ ଧୋବୀ ଚରଣ ପରିଡ଼ା, ମୁଖ୍ୟ କିରାଣୀ ଶ୍ରୀ ସୁଧାକର ନାୟକ ଙ୍କ ସମେତ ସମସ୍ତ ଏନସିସି କ୍ୟାଡେଟ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଏନସିସି ଅଫିସର ଡଃ ଅକ୍ଷୟ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ଅଧ୍ୟାପକ କୈଳାସ ଚନ୍ଦ୍ର ମହାରଣା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Exit mobile version