Site icon Awaj Media

ବିପଦ ବଢ଼ାଉଛି ମୁକୁଳା ଟ୍ରାନ୍ସଫର୍ମର : ଟାଟା ପାୱାର ର ନିଘା ନାହିଁ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିପଦ ବଢ଼ାଉଛି ମୁକୁଳା ଟ୍ରାନ୍ସଫର୍ମର, ଟାଟା ପାୱାର ର ନିଘା ନାହିଁ ! ରାଜ୍ୟ ସରକାର ଉପଭୋକ୍ତା ମାନଙ୍କୁ ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଟାଟା ପାଓ୍ୱାରକୁ ଦାୟିତ୍ୱ ଦେଇଥିବା ବେଳେ , ଟାଟା ବିଦ୍ୟୁତ ବିଭାଗ ଦାୟିତ୍ୱ ନେବା ପରଠାରୁ ବିଭ୍ରାଟ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି l ଜନଗହଳି ସ୍ଥାନରେ ମେଲା ମୁକୁଳା ପଡିଛି ଟ୍ରାନ୍ସଫର୍ମର ! ବିଦ୍ୟୁତ ସରବରାହ ସମୟରେ ସାଧାରଣ ଲୋକ, ମାନସିକ ବିକଳାଙ୍ଗ ଲୋକ, ବୁଲା କୁକୁର, ଗାଈ ଗୋରୁ, ପଶୁ ଙ୍କ ନିରାପଦା ପାଇଁ ପ୍ରତ୍ୟେକ ଟ୍ରାନ୍ସଫର୍ମର ଚାରିଦିଗକୁ ସୁରକ୍ଷା ବାଡ଼ ବା ଲୁହା ବାଡ଼ ଦିଆଯାଉଥିବା ବେଳେ ଏହାର ବ୍ୟତିକ୍ରମ ସୁକିନ୍ଦା ବ୍ଲକର ବିଭିନ୍ନ ଜାଗାରେ ଲାଗିଥିବା ମୁକୁଳା ଟ୍ରାନ୍ସଫର୍ମକୁ ଦେଖିଲେ ଜଣାପଡୁଛି l

ସୂଚନା ଅନୁଯାୟୀ ସୁକିନ୍ଦା ବ୍ଲକର ବିଭିନ୍ନ ଗାଁ, ସାହି ମାନଙ୍କରେ ବା ସାହିର ମୁଖ୍ୟ ରାସ୍ତାର ନିକଟରେ ଟ୍ରାନ୍ସଫର୍ମର ବସିଥିବା ବେଳେ , କିଛି କିଛି ଜାଗାରେ ସୁରକ୍ଷା ବାଡ଼ ଥାଇ ଭାଙ୍ଗି ଯାଇଥିବାର ଦେଖିବାକୁ ମିଳୁଛି ! ଆଉ କେଉଁ ଜାଗାରେ ସୁରକ୍ଷା ବାଡ଼ ନାହିଁ ! ପ୍ରତ୍ୟେକ ଦିନ ଶହ ଶହ କୁନି କୁନି ସ୍କୁଲ ଛାତ୍ର ଛାତ୍ରୀ, ପଥଚାରି, କଲେଜ ଛାତ୍ର ଛାତ୍ରୀ ସେଇ ଟ୍ରାନ୍ସଫର୍ମର ଥିବା ରାସ୍ତା ଦେଇ ଯିବା ଆସିବା କରନ୍ତି ! ଯାହାଫଳରେ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯେକୌଣସି ଦୁର୍ଘଟଣା ଘଟି ଧନଜୀବନ ହାନି ହେବାର ସମ୍ଭବନା ସୃଷ୍ଟି ହେଉଛି l ଏନେଇ ବିଭିନ୍ନ ଜାଗାରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି l ଯଥାଶୀଘ୍ର ଯେଉଁ ସବୁ ଟ୍ରାନ୍ସଫର୍ମର ଗୁଡିକରେ ସୁରକ୍ଷା ବାଡ଼ ନାହିଁ , ଆଉ କେଉଁଠି ସୁରକ୍ଷା ବାଡ଼ ଭାଙ୍ଗିଯାଇଛି ତୁରନ୍ତ ସୁରକ୍ଷା ବାଡ଼ କରାଯିବା ପାଇଁ ସାଧାରଣରେ ଦାବି ଜୋର ଧରିଛି !

 

Exit mobile version