Site icon Awaj Media

ମିଶନ ଶକ୍ତି ମହିଳା ମାନଙ୍କ ପାଇଁ ଖୋଲିଲା ମିଶନ ଶକ୍ତି ଗୃହ ଓ କାଫେ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଓ ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତି ମହିଳା ମାନଙ୍କ ପାଇଁ ୩୩ ଲକ୍ଷ ଟଙ୍କା ରୁ ଅଧିକ ବ୍ୟୟ ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ମିଶନ ଶକ୍ତି ଭବନ, ୭ ଲକ୍ଷ ଟଙ୍କା ରେ ମିଶନ ଶକ୍ତି କାଫେ ଏବଂ ୧୦ ଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ କୃଷକମାନଙ୍କ ନିମନ୍ତେ କୃଷି ସୂଚନା ଓ ପ୍ରଶିକ୍ଷଣ କେନ୍ଦ୍ର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ବ୍ଳକ ପରିସରରେ ଆୟୋଜିତ ସଭାରେ ମିଶନ ଶକ୍ତିର ମହାସଂଘର ସଭାନେତ୍ରୀ କନକଲତା ଭୂୟାଁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ମୁଖ୍ୟବକ୍ତା ଭାବେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦେଇ ମହିଳା ମାନଙ୍କ ବିକାଶ , ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନ ଆଜି ବାସ୍ତବରେ ପୁରଣ ହୋଇଛି ବୋଲି କହିଥିଲେ । ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ସମସ୍ତ ସହଯୋଗ ହାତ ବଢାଇବୁ ବୋଲି ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ମହାସଂଘର ସମ୍ପାଦିକା ସତ୍ୟଭାମା ନାୟକ, ବ୍ଳକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସଡ଼ିପିଓ ସତ୍ୟନାରା ବିଶୋଇ, ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୁତିରଂଜନ ଦେଓ, ତହସିଲଦାର ଦିଲ୍ଲୀପ କୁମାର ନାୟକ, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର, ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ବିଜେଡ଼ି କୃଷକ ସଂଗଠନ ସଭାପତି ଜ୍ୟୋତିପ୍ରକାଶ ସ୍ଵାଇଁ, ବ୍ଳକ ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ, ଜିଲ୍ଲାପରିଷଦ ବିପ୍ଳବ କାପ, ବିଳାସ ଭୋଇ, ଭୂପତିଭୂଷଣ ଷଣ୍ଢ, ବ୍ଳକ କୃଷି ଅଧିକାରୀ ସୁରେନ୍ଦ୍ରନାଥ ଘୋଡ଼ା, ସହକାରୀ କୃଷି ଅଧିକାରୀ ସିଦ୍ଧାର୍ଥ ସାରଥୀ ପରିଡ଼ା, ଆତ୍ମା ଅଧିକାରୀ ଅରବିନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version