Site icon Awaj Media

ଅଧ କିଲୋମିଟର ପର୍ଯ୍ୟନ୍ତ ସ୍କୁଲ ବସ କୁ ଠେଲି ଠେଲି ନେଲେ ବାଣପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅଧା ବାଟରେ ଖରାପ ହୋଇଗଲା ସ୍କୁଲ ବସ , ଅଧ କିଲୋମିଟର ପର୍ଯ୍ୟନ୍ତ ସ୍କୁଲ ବସ କୁ ଠେଲି ଠେଲି ନେଲେ ବାଣପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ! ବାଣପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଶିକ୍ଷା ବିଭାଗ ର ଏ ଭିନ୍ନ ଦୃଶ୍ୟ ! ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଛାତ୍ର ଛାତ୍ରୀ ମାନଙ୍କୁ ନେଇକି ଯାଉଥିବା ସ୍କୁଲ ବସ୍ ଟି ଅଧା ବାଟରେ ଖରାପ ହୋଇ ଯାଇଥିବା ବେଳେ ଅଧ କିଲୋମିଟର ପର୍ଯ୍ୟନ୍ତ ସ୍କୁଲ ବସ୍ କୁ ଠେଲି ଠେଲି ନେଲେ ଶିଶୁବିଦ୍ୟାମନ୍ଦିର ଛାତ୍ର ମାନେ। ଖବର ମୁତାବକ ଆଜି ଅପରାହ୍ନ ସମୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ତିତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ର ଛାତ୍ର ଛାତ୍ରୀ ମାନେ ପାଠ ପଢା ସାରି ସ୍କୁଲ ବସ୍ ରେ ନିଜ ନିଜ ଘରକୁ ଫେରୁଥିବା ସମୟରେ ବାଣପୁର ପାଣ୍ଡିରୀ ପଦର ଛକ ନିକଟରେ ସ୍କୁଲ ବସ୍ ଟି ଖରାପ ହୋଇ ଯାଇଥିଲା। ଯାହା ଫଳରେ ଛାତ୍ର ଛାତ୍ରୀ ମାନେ ଘରେ ପହଞ୍ଚିବା ପାଇଁ ବିଳମ୍ବ ହେଉଥିଲା। କାଳେ ବସ କୁ ଠେଲି ବା ଦ୍ୱାରା ପୁଣି ସ୍କୁଲ ବସ୍ ଟି ଷ୍ଟାଟ ହୋଇଯିବ ସେଥି ପାଇଁ ବାଣପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଛାତ୍ର ମାନେ ବସ ରୁ ଓଲାହି ସ୍କୁଲ ବସ୍ ଟି କୁ ପାଣ୍ଡିରୀ ପଦର ଛକ ରୁ ପଲଟଣ ପଡିଆ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ସ୍କୁଲ ର କମଳମତି ଶିଶୁ ଛାତ୍ର ମାନେ ହନ୍ତସନ୍ତ ହୋଇ ବସ ଟିକୁ ଠେଲି ଠେଲି ନେଉଥିବାର ଦେଖିବାକୁ ମିଳିଥିଲା।

Exit mobile version