Site icon Awaj Media

ପାରଳାରେ ମୋ ମାଟି ମୋ ଦେଶ ସମାବେଶରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଯୋଗଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ମୋ ମାଟି ମୋ ଦେଶ ସମାବେଶରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଜିଲ୍ଲା ଭାଜପା ପକ୍ଷରୁ ଭବ୍ୟ ସ୍ୱାଗତ କରିବା ସହ ସ୍ଥାନୀୟ ଫରେଷ୍ଟ ଗେଟ ଠାରୁ ଜଗନ୍ନାଥ ମନ୍ଦିର ଯାଏ ଏକ ବିରାଟ ପଟୁଆରରେ ପାଛୋଟି ଆଣିଥିଲେ । ଜଗନ୍ନାଥ ମନ୍ଦିରରେ ସଂଗ୍ରହ କରାଯାଇଥିବା ମାଟିକୁ ବନ୍ଦାପନା କରାଯାଇଥିଲା । ଏହା ପରେ ପୁଣି ଏକ ପଟୁଆରରେ ବାହାରି ବଜାର ଛକ ଠାରେ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହାପରେ ଦଳୀୟ ବୈଠକରେ ଯୋଗ ଦେଇ ଦଳୀୟ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିବାର ଜଣା ପଡ଼ିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ, ଉପ ସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ସରୋଜ କର, ଗଜପତି ଜିଲ୍ଲା ପ୍ରଭାରୀ ସରୋଜ ସାବତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସିଧେଶ୍ୱର ମିଶ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ ପ୍ରମୁଖଙ୍କ ସମେତ ଜିଲ୍ଲା ଭାଜପା ନେତୃବୃନ୍ଦ ଓ ଶତାଧିକ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ଭାଜପା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ।

Exit mobile version