Site icon Awaj Media

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀ ଆଶ୍ରୟସ୍ଥଳୀ ଏବଂ କର୍ମଚାରୀ କ୍ବାର୍ଟର ଉଦଘାଟିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣ କରାଯାଇଥିବା ରୋଗୀ ଆଶ୍ରୟସ୍ଥଳୀ ଏବଂ କର୍ମଚାରୀ କ୍ବାର୍ଟର ଉଦଘାଟିତ ହୋଇଯାଇଛି । ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗ ଦେଇଥିଲେ ।ଏହି ଅବସରରେ ୨ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଡି ଟାଇପ କ୍ବାର୍ଟର, ୧ କୋଟି ୭୭ ଲକ୍ଷ ବ୍ୟୟରେ ନିର୍ମାଣ ଇ ଟାଇପ କ୍ବାର୍ଟର, ୧ କୋଟି ୧୫ ଲକ୍ଷ ବ୍ୟୟରେ ନିର୍ମାଣ କରାଯାଇଥିବା ଏଫ୍ ଟାଇପ୍ କ୍ବାର୍ଟର ଉଦଘାଟନ କରାଯାଇଥିଲା । ସେହିଭଳି ଭାବେଡାକ୍ତରଖାନାକୁ ଆସୁଥିବା ରୋଗୀ ସହାୟକଙ୍କ ରହିବା ତଥା ବିଶ୍ରାମ ନେବା ପାଇଁ ନିର୍ମାଣ କରାଯାଇଥିବା ଆଶ୍ରୟସ୍ଥଳୀକୁ ଉଦଘାଟନ କରାଯାଇଥିଲା । ଏହି ଆଶ୍ରୟସ୍ଥଳୀ ୨ କୋଟି ୨୭ ଲକ୍ଷ ବ୍ୟୟରେ ନିର୍ମାଣ କରାଯାଇଛି ।ସେହିଭଳି ଭାବେ ଚକ୍ଷୁ ବିଭାଗ ଉପର ମହଲା କୋଠା ନିର୍ମାଣ କରିବା ପାଇଁ ଶିଳାନ୍ୟାସ କରାଯାଇଛି । ୯୫ ଲକ୍ଷ ବ୍ୟୟରେ ଏହି କୋଠା ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ଏହି ଅବସରରେ ଡାକ୍ତରଖାନା ପରିସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥ୍‌ ଡ. ସାହୁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବାକୁ ସ୍ବତନ୍ନ ଗୁରୁତ୍ବ ଦେଇଥିବା କହିଥିଲେ । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ଗରୀବ ଲୋକମାନେ ଉତ୍ତମ ଚିକିତ୍ସା ସୁବିଧା ପାଇ ପାରୁଛନ୍ତି । କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନାରେ ସାରା ଭାରତ ବର୍ଷରେ ବର୍ଷକୁ ୬ ହଜାର କୋଟି ଖର୍ଚ୍ଚ କରୁଥିବା ବେଳେ ରାଜ୍ୟ ସରକାର ବିଏସୱାଇ ଯୋଜନାରେ ୩ ହଜାର କୋଟି ଟଙ୍କା ବ୍ୟୟରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି । ପୂର୍ବରୁ ରାଜ୍ୟରେ ୩ ଗୋଟି ମେଡିକାଲ କଲେଜ ଥିବା ବେଳେ ମୁଖ୍ୟମନ୍ତ୍ରୀ ୧୩ ଗୋଟି ମେଡିକାଲ କଲେଜକୁ ବୃଦ୍ଧି କରିଛନ୍ତି ।ଆଗାମୀ କିଛି ବର୍ଷ ପରେ ଓଡ଼ିଶାରେ ଡାକ୍ତରଙ୍କ ଅଭାବ ରହିବ ନାହିଁ ବୋଲି ଡ. ସାହୁ କହିଥିଲେ । ଆଜିକାର ଦିନରେ ସରକାରୀ ଡାକ୍ତରଖାନା ପ୍ରତି ଲୋକଙ୍କର ଭରସା ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ଵ ଦେଇ ନୟାଗଡ଼ ଜିଲ୍ଲାର ସ୍ବାସ୍ଥ୍ୟ ଭିତ୍ତିଭୂମୀକୁ ସୁଦୃଢ଼ କରିବା ପାଇଁ ଅନେକ ଅର୍ଥ ପ୍ରଦାନ କରିଛନ୍ତି । ନୟାଗଡ଼ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଅବଦାନ ପାଇଁ ଏହା ସମ୍ଭବ ହୋଇଛି । ଅନ୍ୟତମ ଅତିଥ୍‌ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧ୍ୟାକାରୀ ରମାକାନ୍ତ ପଣ୍ଡା, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ସରୋଜ ରଣସିଂ, ଆଶିଷ ଅଗ୍ରୱାଲ୍, ପୂର୍ତ୍ତ ବିଭାଗ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଭିଶେକ ଓଝା, ସହକାରୀ ଯନ୍ତ୍ରୀ କିଶୋର ଶତପଥ୍ ପ୍ରମୂଖ ଉପସ୍ଥିତ ରହିଥିଲେ ।

Exit mobile version