Site icon Awaj Media

ପୋଷ୍ୟ ସନ୍ତାନ ଗ୍ରହଣ ସ୍ନେହ ଓ ବନ୍ଧନ ର ପ୍ରତୀକ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ବଙ୍ଗୀୟ ଦମ୍ପତିଙ୍କ ଦ୍ଵାରା ପୋଷ୍ୟ ସନ୍ତାନ ଗ୍ରହଣ ! ରାୟଗଡା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଆଇଡିଏସ ସଂସ୍ଥା ମାଧ୍ୟମରେ ପରିଚାଳିତ ହୋଇ ଆସୁଥିବା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ରୁ ଅଲିପୁରଦୁର ନିବାସୀ ଦମ୍ପତି ଗୋଟିଏ ପାଞ୍ଚ ମାସର କନ୍ୟା ସନ୍ତାନ କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି । ବିଧି ମୁତାବକ ରାୟଗଡ଼ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂହ ଉପସ୍ଥିତ ରହି କନ୍ୟା ସନ୍ତାନ ଟିକୁ ଆଶାୟୀ ବଙ୍ଗୀୟ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ। ଉକ୍ତ ସନ୍ତାନ ହସ୍ତାନ୍ତର ସମୟରେ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମଧୁସ୍ମିତା ବେହେରା ଓ ପ୍ରତାପ କୁମାର ଦାଶ, ଆଇଡିଏସ ସଂସ୍ଥାର ମୁଖ୍ୟ ଦେବେନ୍ଦ୍ର କୁମାର ବେହେରା ଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁମଙ୍ଗଳ କମିଟି ଓ ଆଇଡିଏସ ସଂସ୍ଥାର ସମସ୍ତ କର୍ମୀ ଉପସ୍ଥିତ ଥିଲେ ।

Exit mobile version