Site icon Awaj Media

ଚିକିତ୍ସାରେ ଅର୍ଥ ସାଜିଛି ବାଧକ : ବାଣପୁର ଚିଆଙ୍କ ସାହିର ଧୋବୀ ସାହୁଙ୍କ ପରିବାର କୁ କିଏ ହେବ ସାହାରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦୁଃଖ ଆସିଛି ଭଗାରି ହୋଇ ! ହଁ କାହିଁକି ଆମେ ଏକଥା କହୁଚୁ। ଅନେକ ପରିବାର ରେ ଅନେକ ଦୁଃଖ ଆସିଥାଏ ସତ ହେଲେ ଗୋଟେ ପରିବାର ରେ ଏମିତି ଏକ ଦୁଃଖ ଆସିଛି ଯେ ସେ ଦୁଃଖ ଯିବାର ନାଁ ଧରୁନି। ପରିବାର ଅଛି ପରିବାର ସମସ୍ତେ ଅଛନ୍ତି ହେଲେ ପରିବାର କୁ ଯିଏ ଚଳେଇ ବା ପାଇଁ ପରିବାର ଯିଏ ମୁଖିଆ ସେ ଆଜି ବେସାହାରା ହୋଇ ପଡିଛନ୍ତି । ଏମିତି ଏକ ଦୁଃଖତ ଅବସ୍ଥାରେ ବସବାସ କରୁଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଚିଆଙ୍କ ସାହି ଗ୍ରାମର ଧୋବୀ ସାହୁ ଓ ତାଙ୍କ ପରିବାର। ପରିବାର କହିବାକୁ ଗଲେ ଚାରି ପ୍ରାଣୀ କୁଟୁମ୍ବ ତାଙ୍କ ସ୍ତ୍ରୀ ସସ୍ମିତା ସାହୁ ପନ୍ଧର ବର୍ଷ ପୁଅ ଓ ସାତ ବର୍ଷ ଝିଅ ଓ ନିଜେ ଧୋବୀ ସାହୁ। ଘରର ଏକ ମାତ୍ର ରୋଜଗାରିଆ ଥିଲେ ଧୋବୀ ସାହୁ ବିଗତ ଦିନରେ ଯାହା କିଛି ବେବସାୟ କରି ସେଥିରେ ଯାହା କିଛି ରୋଜଗାର ହେଉଥିଲା ସେଥିରେ ପରିବାର ଚଳାଉ ଥିଲେ। କିନ୍ତୁ ଦଇବ ତାଙ୍କୁ ସାଥ ଦେଲାନି । ଦଇବ ତାଙ୍କୁ ଅଧା ବୟସରେ ଯକ୍ଷ୍ମା ରୋଗରେ କରିଦେଲା ଆକ୍ରାନ୍ତ। କିଛିମାସ ତଳେ ଧୋବୀ ସାହୁ ନିଜ ଦୋକାନରେ ବେବସାୟ କରୁଥିବା ସମୟରେ ହଠାତ୍ ଦୋକାନ ଉପରେ ଅସୁସ୍ଥ ଅନୁଭବ କରି ତଳେ ପଡ଼ି ଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ କିଛି ବେବସାୟୀ ତାଙ୍କୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକଙ୍କ ଦ୍ଵାରା ତାଙ୍କର ଉନ୍ନତ ଚିକିତ୍ସା ନିମନ୍ତେ ଭୁବନେଶ୍ଵର ର ବଡ ମେଡିକାଲ କୁ ନେଇଥିଲେ। ସେଠାରେ ତାଙ୍କ ଚିକିତ୍ସା ହୋଇଥିଲା ଓ ଚିକିତ୍ସା ରୁ ଜଣା ପଡିଥିଲା ଯେ ତାଙ୍କୁ ପାରାଲିସେସ ବା ଯକ୍ଷ୍ମାରୋଗ ହୋଇଛି। ଯାହା ଫଳରେ ତାଙ୍କର ବାମ ହାତ ଗୋଡ ଅଚଳ ହୋଇ ପଡ଼ିଛି। ପରିବାର ଲୋକେ ବଡ ବଡ ମେଡିକାଲ ରେ ତାଙ୍କର ଚିକିତ୍ସା କରୁଥିଲେ ସୁଦ୍ଧା ବର୍ତ୍ତମାନ ଜୀବନ ସାରା ସେ ଯାହା ରୋଜଗାର କରିଥିଲେ ତାଙ୍କ ଚିକିତ୍ସା ସବୁ ଖର୍ଚ୍ଚ ହୋଇ ଗଲାଣି। ଆଗକୁ ତାଙ୍କର ଚିକିତ୍ସା ପାଇଁ ପାଖରେ କାଣି କଉଡି ଟିଏ ମଧ୍ୟ ନାହିଁ। ବର୍ତମାନ ସରକାର ଙ୍କର ୧୦ କେଜି ଚାଉଳ ଓ ଧୋବୀ ଙ୍କୁ ମାସକୁ ମିଳୁଥିବା ଦିବ୍ୟାଙ୍ଗ ଭତା ୭୦୦ ଟଙ୍କା ରେ ଚଳୁଛି ପରିବାର। ଧୋବୀ ଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ତାଙ୍କ ସ୍ତ୍ରୀ ସସ୍ମିତା ତାଙ୍କର ଦୁଇ ଛୋଟ ଛୁଆ କୁ କିପରି ପାଠ ପଢ଼ାଇବା ସହ ନିଜ ସୁଖ ଦୁଃଖ ସଂସାର କୁ କିପରି ଆଗକୁ ନେବେ ତାଙ୍କ ମୁଣ୍ଡରେ ପଡି ଯାଇଛି ଚଡ଼କ। କୋହ ଭରା କଣ୍ଠରେ ବିଭିନ୍ନ ସାମାଜିକ ଅନୁଷ୍ଠାନ କିମ୍ବା ସରକାରୀ ସ୍ତରରେ ଧୋବୀ ସାହୁଙ୍କ ସ୍ତ୍ରୀ ସସ୍ମିତା ସାହୁ ତାଙ୍କ ସ୍ଵାମୀଙ୍କ ଚିକିତ୍ସା ପାଇଁ କିଛି ସାହାଯ୍ୟ ସହଯୋଗ ମିଳିଲେ ତାଙ୍କ ସ୍ବାମୀ ଭଲ ହୋଇ ଯାଆନ୍ତେ ବୋଲି ଗଣ ମାଧ୍ୟମ ଦ୍ଵାରା ନେହୁରା ହୋଇଛନ୍ତି।।

Exit mobile version