Site icon Awaj Media

ସ୍ୱାଧୀନତା ର ୭୬ ବର୍ଷ ପରେ ମଧ୍ୟ ବାଣପୁର ଦାମିଆ ବରବରା ର ଅବହେଳିତ ଆଦିବାସୀ ଙ୍କ ଦୁଃଖ ସରୁନି !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ର ଏକ ମାତ୍ର ଆଦିବାସୀ ଅଧ୍ୟୁଷିତ ଦାମିଆ ବରବରା ପଞ୍ଚାୟତ ତଥା ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀ ର ବାଣପୁର ବ୍ଲକ ର ଏକ ନମ୍ବର ବୁଥ ରେ ଆସୁଥିବା ତିନିଟି ଜଙ୍ଗଲ ଅଧ୍ୟୁଷିତ ଆଦିବାସୀ ଗ୍ରାମ ହେଲା ମହୁଲିଆ, ସିବିଡା ଏବଂ ଲାଣ୍ଡରୁ ! ଖୋର୍ଦ୍ଧା ଜିଲ୍ଲା ରେ ଅବସ୍ଥିତ ଏସିଆ ମହାଦେଶ ର ସର୍ବବୃହତ ଶାଳ ଶାଗୁଆନ ଜଙ୍ଗଲ ଅଧ୍ୟୁଷିତ ବରବରା ଜଙ୍ଗଲ ମଧ୍ୟରେ ବାଣପୁର ବ୍ଲକ ଦାମିଆ ବରବରା ଗ୍ରାମ ପଞ୍ଚାୟତ ର ଏହି ତିନୋଟି ଟି ଗ୍ରାମ ର ଅଧିବାସୀ ମାନେ ସ୍ୱାଧୀନତା ର ୭୬ବର୍ଷ ପରେ ମଧ୍ୟ ଶିକ୍ଷା, ଗମନା ଗମନ, ରାସ୍ତା, ଭଳି ମୌଳିକ ସମସ୍ୟା ରେ ଜର୍ଜରିତ. ଭୌଗଳିକ ଦୃଷ୍ଟି ରୁ ଦେଖିଲେ ଏହି ଗ୍ରାମ ଗୁଡିକ ଖୋର୍ଦ୍ଧା, ଗଞ୍ଜାମ ଓ ନୟାଗଡ ଜିଲ୍ଲା ର ସଙ୍ଗମ ସ୍ଥଳୀ ରେ ଅବସ୍ଥିତ | ବିଭିନ୍ନ ସେବା ପାଇବା ପାଇଁ ଆଦିବାସୀ ମାନେ ଜଙ୍ଗଲ ରାସ୍ତା ଦଇ ବିଭିନ୍ନ ଜିଲ୍ଲା କୁ ଯାଆ ଆସ କରିଥାନ୍ତି | ମହୁଲିଆ, ସିବିଡା ଓ ଲାଣ୍ଡରୁ ଗ୍ରାମରେ ଯଥା କ୍ରମେ ୩୮, ୧୩ ଓ ୬ ଟି କନ୍ଧ ଆଦିବାସୀ ପରିବାର ବସବାସ କରନ୍ତି | ୨୦୧୧ ଜନଗଣନା ଅନୁଯାଇ ଏଇ ତିନିଟି ଗ୍ରାମର ସାକ୍ଷରତା ହାର ଯଥାକ୍ରହମ ୫୩, ୪୭ ଓ ୪୫ ପ୍ରତିଶତ | ତିନିଟି ଗ୍ରାମର ଶିକ୍ଷା ଆବଶ୍ୟକତା ପୂର୍ଣ୍ବକରିବା ନିମିତ୍ତ ରାଜ୍ୟ ସରକାର ଙ୍କ ତରଫରୁ ୨୦୦୪ ମସିହାରେ ର ଏକ ପ୍ରାଥମିକ ବିଦୟାଳୟ ଖୋଲା ଯାଇଥଲା | କିନ୍ତୁ ୨୦୨୧ ମସିହାରେ ବିଦ୍ୟାଳୟ ଟି କୁବନ୍ଦ କରିଦିଆଗଲା। ଯାହା ଫଳରେ ଏହି ତିନିଗ୍ରାମର ବାଳିକା ଓ ବାଳକ ମାନେ ଶିକ୍ଷା ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଦୀର୍ଘ ୧୭ କିମି ହିଂସ୍ର ଜନ୍ତୁ ପୁର୍ଣ ଜଙ୍ଗଲ ରାସ୍ତା ଅତିକ୍ରମ କଲା ପରେ ହିଁ କୁନିକୁନି ପିଲା ମାନେ ନିକଟସ୍ଥ ନୀଳାଦ୍ରିପ୍ରସାଦ ବିଦ୍ୟାଳୟ ରେ ପହଞ୍ଚି ପାରନ୍ତି. ଜଙ୍ଗଲ ମଧ୍ୟ ଦେଇ ଯାଇଥବା ଏହି ରାସ୍ତାଟି ମାଟି ରାସ୍ତା ହୋଇଥିବାରୁ ବର୍ଷା ଦିନ ରେ ଚାଲିକି ଯିବା ପାଇଁ ମଧ୍ୟ କଷ୍ଟସାଧ୍ୟ ହୋଇଥିବାରୁ ଛୋଟ ପିଲା ମାନଙ୍କ ର କୌଣସି ବିଦ୍ୟାଳୟ କୁ ଯିବା ସମ୍ଭବ ହୋଇ ନଥାଏ | ସେଥିପାଇଁ ଗ୍ରାମର ଅଧିକାଂଶ ଛାତ୍ର ଛାତ୍ରୀ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି | ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଭାରତୀୟ ସମ୍ବିଧାନ ରେ ପ୍ରାଥମିକ ଶିକ୍ଷାକୁ ମୌଳିକ ଅଧିକାର ଭାବରେ ଉପସ୍ଥାପନ କରାଯାଇଥ ଲେ ମଧ୍ୟ ଏହି ଗ୍ରାମର ଶିଶୁ ମାନେ ଏହି ମୌଳିକ ଅଧିକାର ରୁ ବଞ୍ଚିତ ହେଉଛନ୍ତି । ମହୁଲିଆ ଓ ସିବିଡା ଗ୍ରାମ ରେ ପ୍ରଥମ ଶ୍ରେଣୀ ଯିବା ବୟସର ମୋଟ ୧୨ ଜଣ ପିଲାଥିଲା ବେଳେ ମାତ୍ର ୬ ଜଣ କୌଣସି ଆଶ୍ରମ ସ୍କୁଲ ରେ ପାଠ ପଢୁଛନ୍ତି ଆଉ ୬ ଜଣ କୌଣସି ସ୍କୁଲରେ ନାମ ଲେଖା ଇ ପାରି ନାହାନ୍ତି | ଅଭିଭାବକ ମାନଙ୍କ କହିବା ଅନୁସାରେ ଏତେ ଛୋଟ ପିଲାମାନେ ନିଜ ହାତରେ ଖାଇବା ଶିଖି ନଥିବା ବେଳେ ନିତ୍ୟ କର୍ମ କରି ପାରୁନଥିବା ବେଳେ ସେମାନେ ହଷ୍ଟେଲ ରେ ରହି କିପରି ପାଠ ପଢିବେ। ପଞ୍ଚାୟତ ମହକୁମା ନୀଳାଦ୍ରିପ୍ରସାଦ କୁ ଏହି ତିନୋଟି ଟି ଗାଁ ରୁ ପହଞ୍ଚି ବାକୁ ୧୭ କିମି ରାସ୍ତା ବର୍ଷା ଦିନରେ ଆଗମ୍ୟ ଥିବା ବେଳେ ଗ୍ରାମ ମାନଙ୍କ ରେ ବିଜୁଳି ବ୍ୟବସ୍ଥା ନାହିଁ. ସୌର ଆଲୋକ ର ବ୍ୟବସ୍ଥା କରାଯାଇଥଲେ ମଧ୍ୟ ଅଧିକାଶ ଅଚଳ ଅବସ୍ଥାରେ | ସ୍ୱାସ୍ଥ୍ୟ ଖରାପ ହେଲେ ରାତିରେ ଜଙ୍ଗଲ ରାସ୍ତା ଦେଇ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଂଚିବା ପ୍ରାୟତଃ ଅସମ୍ଭବ | ନିକଟରେ ଜ୍ଞାନାଲୋକ ଅନୁଷ୍ଠାନ ର କିଛି ସ୍ବେଛାସେବୀ ମାନଙ୍କ ସହାୟତା ରେ ଗ୍ରାମବାସୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ଗ୍ରାମ ର ପ୍ରାଥମିକ ବିଦ୍ୟାଳୟ କୁ ପୁଣି ଥରେ ଖୋଲିବା ପାଇଁ.ଗାଁ କୁ ସବୁଦିନିୟା ରାସ୍ତା ଏବଂ ବିଜୁଳି ସଂଯୋଗ ନଥିବା ରୁ ବୋଧେ କୌଣସି ଶିକ୍ଷକ ଏହି ଗ୍ରାମ କୁ ଆସିବାକୁ ରାଜି ହେଉନାହାନ୍ତି। ଏଥପାଇ ବୋଧହୁଏ ସରକାରୀ ଅଧିକାରୀ ମାନେ ପ୍ରାଥମିକ ବିଦ୍ୟାଳୟ ଟିକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଯାଇଛନ୍ତି | ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ୨୬ ଟି ପିଲା ବାଣପୁର କିମ୍ବା ବାହାରେ ପାଠ ପଢୁଛନ୍ତି | ୯ ଟି ପିଲା କୌଣସି ବିଦ୍ୟାଳୟରେ ପାଠ ପଢୁ ନାହାନ୍ତି | ଆଜିଯାଏଁ ମାତ୍ର ଜଣେ ଛାତ୍ର +୨ ଶିକ୍ଷା ପୂର୍ଣ୍ବ କରିବାରେ ସଫଳ ହୋଇ ପାରିଛି | ଅଧିକାଂଶ ଛାତ୍ର ଛାତ୍ରୀ ଅଷ୍ଟମ କିମ୍ବା କଷ୍ଟ ରେ ଦଶମ ଶ୍ରେଣୀରୁ ପାଠ ପଢା ଛାଡିଥାନ୍ତି | ଗ୍ରାମବାସୀଙ୍କର ପଟ୍ଟା ନଥିବାରୁ ତହସିଲ ରୁ ଜାତି ସାର୍ଟିଫିକେଟ ପାଇବା ଅସମ୍ଭବ ହେଉଛି | ଫଳରେ ଆଦିବାସୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସୁବିଧାରୁ ସେମାନେ ବଞ୍ଚିତ ହେଉଛନ୍ତି | ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍କୁଲ କଲେଜ ରେ ଥିବା ଛାତ୍ର ବୃତ୍ତି ଆଦି ରୁ ସେମାନେ ବଞ୍ଚିତ ହେଉଛନ୍ତି | ଏହି ସବୁ ଗାଁ କୁ ସବୁ ଦିନିଆ ରାସ୍ତା ନିର୍ମାଣ ଏବଂ ବିଜୁଳି ସଂଯୋଗ ହୋଇ ପାରିଲେ ଗ୍ରାମ ବାସିମାନେ ମୌଳିକ ସେବା ପାଇବା ସଙ୍ଗେ ସଙ୍ଗେ ଗ୍ରାମ ରେ ପୁଣି ପ୍ରାଥମିକ ସ୍କୁଲ ଟି ଖୋଲିଲେ ସମସ୍ତ ଶିଶୁ ଶିକ୍ଷା ର ମୌଳିକ ଅଧିକାର ପାଇ ପାରନ୍ତେ ବୋଲି ସାଧାରଣରେ ଦାବି ହେଉଛି |

Exit mobile version