Site icon Awaj Media

ସରକାରୀ ହାଇସ୍କୁଲ (ମାଧ୍ୟମିକ) ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘ ପକ୍ଷରୁ 2 ଦଫା ଦାବି ନେଇ ବି ଇ ଓ ଏବଂ ଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ସରକାରୀ (ମାଧ୍ୟମିକ) ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘ ପକ୍ଷରୁ 2 ଦଫା ଦାବି ନେଇ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଅତିରିକ୍ତ ଜିଲ୍ଲା ପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଏହି ଅବସରରେ ସଂଘର ସଭାପତି ପ୍ରଫୁଲ୍ଲ କୁମାର ବରାଡ଼ ଏବଂ ସାଧାରଣ ସମ୍ପାଦକ ଜ୍ୟୋତି ପ୍ରସାଦ ପାତ୍ର ଙ୍କ ନେତୃତ୍ୱରେ ଜିଲ୍ଲାର 116 ଟି ହାଇ ସ୍କୁଲ ର ଥିବା ସଙ୍ଘର 141 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ବରାଡ଼, ସାଧାରଣ ସମ୍ପାଦକ ଜ୍ୟୋତି ପ୍ରସାଦ ପାତ୍ର, ବରିଷ୍ଠ ସଦସ୍ୟା ଶିକ୍ଷୟିତ୍ରୀବିଜୟ ଲକ୍ଷ୍ମୀ ଦୋରା , ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,ଶିବ କଲ୍ୟାଣି ଆଚାର୍ଯ୍ୟ, ମନୋଜ କୁମାର ବେହେରା ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।ଦାବୀ ହେଲା 6 ବର୍ଷ ଚୁକ୍ତି ଅବଧିକୁ ନିୟମିତ ଚାକିରୀରେ ଯୋଗ କରି 6 ଟି ନେସନାଲ ଇଂକ୍ରି ମେଣ୍ଟ ପ୍ରଦାନ କରାଯାଉ , ପୁରୁଣା ପେନସନ ଲାଗୁ ତଥା ଏନ ପି ଏସ ବଦଳରେ ଓ ପି ଏସ ଲାଗୁ କରାଯାଉ। ଅନ୍ୟ ପକ୍ଷରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଚଳିତ ମାସ 26, 27,28 ତାରିଖରେ ସମୂହ ଛୁଟିରେ ଯାଇ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଆନ୍ଦୋଳନରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କୁ ଏବଂ ଜିଲ୍ଲା ପାଳଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Exit mobile version