Site icon Awaj Media

ନୟାଗଡ ଜିଲ୍ଲା ପରିଷଦ ର ପଞ୍ଚମ ଅଧିବେଶନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ନୟାଗଡ ଜିଲ୍ଲା ପରିଷଦର ପଞ୍ଚମ ବୈଠକ ଅନୁଷ୍ଠିତ ହୋଇଯାଇଛି, ବୈଠକ ରେ ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସୁଚାରୁ କୁମାର ବଳ, ଉପାଧକ୍ଷ ବିଷ୍ଣୁ ପ୍ରିୟା ବେହେରା ପ୍ରମୁଖ ମଂଚାସୀନ ହୋଇଥିଲେ, ବୈଠକ ରେ ଆଗ୍ର ଦ୍ୱାରା କରଯାଇ ଥିବା ଜଳ ସେଚନ କାର୍ଯ୍ୟ ଏବଂ କୃଷି ଯନ୍ତ୍ରପାତି ଯୋଗାଣ କାର୍ଯ୍ୟସମ୍ପର୍କ ରେ ପ୍ରଥମେ ଆଲୋଚନା ହୋଇଥିଲା,ଉଠାଜଳସେଚନ ବିଭାଗ ର କାର୍ଯ୍ୟ ଆଲୋଚନା ସମୟ ରେ ଅଚଳ ପ୍ରକଳ୍ପ ଗୁଡିକୁ ମରାମତି ହୋଇ ପାରୁନଥିବା ଏବଂ ବିଦ୍ୟୁତ ସମସ୍ୟା ଉପରେ ସଦସ୍ୟ ମନେ ଉଦବେଗ ପ୍ରକାଶ କରିଥିଲେ, ପାଣି ପଞ୍ଚାୟତ ଗୁଡିକୁ ସଚେତନ କରାଯିବା ଉପରେ ବିଧାୟକ ମତ ରଖିଥିଲେ,କୃଷି ବିଭାଗ ର କାର୍ଯ୍ୟ ସମୀକ୍ଷା କରାଯିବା ସମୟ ରେ ସାର ଯୋଗାଣ କୁ ନେଇ ସଦସ୍ୟ ଙ୍କ ମଧ୍ୟ ରେ ଅସନ୍ତୋଷ ଦେଖା ଦେଇ ଥିଲା,ଉଦ୍ୟାନ କୃଷି ଦ୍ୱାରା କରା ଯାଉଥିବା ଏବଂ ଚଳିତ ବର୍ଷ ଚାଷୀଙ୍କ ପାଇଁ ରହିଥିବା ବିଭିର୍ନ ଯୋଜନା ସମ୍ପର୍କ ରେ ଅଧିକାରୀ ଲଳିତ କୁମାର ପଣ୍ଡା ସୂଚନା ଦେଇ ଥିଲେ,ସେଇ ଭଳି ଭାବେ ଜଳ ସମ୍ପଦ ବିଭାଗ କାର୍ଯ୍ୟ ସମ୍ପର୍କ ରେ ଆଲୋଚନା କରାଯାଇଥିଲା, କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିନସ୍ତ ନୟାଗଡ ଜିଲ୍ଲା ରେ 169ଟି ପ୍ରକଳ୍ପ ରହିଥିବା ବେଳେ ଅନେକ ପ୍ରକଳ୍ପ ରୁ ଚାଷ ଜମିକୁ ଜଳ ଯୋଗାଣ ହୋଇପାରୁନଥିବା କୁ ନେଇ ଅସନ୍ତୋଷ ଦେଖା ଯାଇଥିଲା, ମୂର୍ତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟକୁ ନେଇ ବୈଠକ ରେ ବିସ୍ତୃତ ଆଲୋଚନା ହେଉଥିଲା, କମିଟି ଗଠନ ରେ ଅନିୟମିତତା ଏବଂ କମିଟି ନାମରେ ବିଭାଗ ରେ କାର୍ଯ୍ୟରତ ଠିକାକର୍ମଚାରୀ ଏବଂ ଯନ୍ତ୍ରୀ କାର୍ଯ୍ୟକରୁଥିବା ନେଇ ସଦସ୍ୟ ମନେ ପ୍ରଶ୍ନ ବାଣ ରେ ପ୍ରକଳ୍ପ ନିର୍ଦେଶକ ଙ୍କୁଘାଇଲା କରିଥିଲେ,ସ୍ୱତନ୍ତ୍ର ଅଧିବେଶନ ରେ ଏନେଇ ଆଲୋଚନା କରାଯିବ ବୋଲି କୁହା ଯାଇଥିଲା ! ପାନୀୟ ଜଳ ଉପରେ ଆଲୋଚନା ସମୟରେ ସୁନାଖଳା ଏବଂ ରଣପୁର ବିଭିର୍ନସ୍ଥାନ ରେ ନଳ କୂପ ଖନନକୁ ନେଇ ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା, ଗୋପାଳପୁର ଜିଲ୍ଲା ପରିଷଦ,ସଦସ୍ୟା ପ୍ରଶ୍ନ ଉଠାଇଥିଲେ,ବର୍ଷା ପରେ କାମ କରିବା ପାଇଁ ଅଧିକ୍ଷଣ ଯନ୍ତ୍ରୀ ସୂଚନା ଦେଇ ଥିଲେ,ଜିଭିପିଆର ଠିକା ସଂସ୍ଥା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ରେ ମନ୍ଥରତା ସୃଷ୍ଟିକରୁଥିବା ନେଇ ଆଲୋଚନା ହୋଇଥିଲା, ଡିସେମ୍ବର ସୁଦ୍ଧା କାର୍ଯ୍ୟ ସରିବ ବୋଲି କୁହା ଯାଇଥିଲା, ବନମାଳୀପୁର ମାରାଡା ପୂର୍ତ୍ତ ରାସ୍ତା ପ୍ରଶସ୍ତି କରନ କାର୍ଯ୍ୟ ରେ ବିଦ୍ୟୁତ ଖୁଣ୍ଟ ଓ ଗଛ ନ ହଟାଯିବାକୁ ନେଇ ଉପାଧକ୍ଷା କ୍ଷୋଭ ପ୍ରକାଶ କରିଥିଲେ, ଏ ନେଇ ତଦାରଖ କରିବା ପାଇଁ ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ଶିବଲାଲ ସାହୁ ସୂଚନା ଦେଇ ଥିଲେ, ସେହି ଭଳି ଭାବେ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟ ସମୀକ୍ଷା ସମୟ ରେ ଜିଲ୍ଲା ପାଳଙ୍କଚିଠି କୁ ସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ଅନୁ ପାଳନ କରୁନଥିବା ନେଇ ସଦସ୍ୟ ରାମେଶ୍ୱର ଶତପଥୀ ସୂଚନା ଦେଇ ଥିଲେ, ବୈଠକ ରେ ବିଭିର୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ !

Exit mobile version