ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଅଞ୍ଚଳରେ ବହୁ ସମୟ ଧରି ପ୍ରବଳ ବର୍ଷା ସାଙ୍ଗକୁ ପ୍ରବଳ ବଜ୍ରପାତ ହୋଇଥିଲା । ଏଥିରେ କେତେକ ସ୍ଥାନରେ ଥିବା ଗଛ ଲତା ଜଳି ନଷ୍ଟ ହୋଇ ଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡାରେ ପ୍ରବଳ ଘଡଘଡି ସାଙ୍ଗକୁ ବର୍ଷା ସହ ବଜ୍ରପାତର ପ୍ରଭାବରେ ବଜାର ସାହି ଗମ୍ଭାରୀମୁଣ୍ଡା ସ୍ଥିତ ବହୁ ପୁରାତନ ମା ଆଙ୍କୁଲେଇଙ୍କ ମନ୍ଦିରରେ ଅଗ୍ର ଭାଗରେ ଥିବା ଦଧିନଉତି ଭାଙ୍ଗି ଯାଇଛି ! ମନ୍ଦିର ଚତୂପାର୍ଶ୍ଵରେ ଫାଟ ଚିହ୍ନ ସୃଷ୍ଟି ହୋଇଛି । ମନ୍ଦିର ଉପରେ ବାଜିଥିବା ବଜ୍ରପାତକୁ ଦେଖିଥିବା ଦେଖଣାହାରୀ ମାନେ କିଛି ସମୟ ପାଇଁ ସ୍ତବ୍ଧ ହୋଇ ଯାଇଥିଲେ। ମନ୍ଦିର ଉପରେ ଏମିତି ହଠାତ୍ ଦୈବି ଚଡକ ବା ବଜ୍ରପାତ ପଡିବା ନେଇ କଣ ସୂଚାଉଛି ବୋଲି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ବଜ୍ରପାତରେ ଭାଙ୍ଗିଲା ବାଣପୁର ଗମ୍ଭାରୀମୁଣ୍ଡା ବଜାର ସାହି ସ୍ଥିତ ମା ଆଙ୍କୁଲେଇ ମନ୍ଦିର ଦଧିନଉତି !!!

