ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବାଙ୍କୀ ରେ ମା ଚର୍ଚ୍ଚିକା କୃଷି ଉତ୍ପାଦକ ସଂଘର କୃଷି ପରାମର୍ଶ କେନ୍ଦ୍ର ଉଦଘାଟନ ! ବାଙ୍କୀ ରେ କୃଷି ଏବଂ କୃଷକ ମାନଙ୍କ ପାଇଁ ମା ଚର୍ଚ୍ଚିକା ଉତ୍ପାଦକ ସଂଘର ଅଭିନବ ପ୍ରୟାସ ! ଲାଇଭ୍ଲିହୁଡ୍ ଅଲ୍ଟରନେଟିଭ ଭୂବନେଶ୍ବର ଓ ସୋଆ ଭୁବନେଶ୍ବରଙ୍କ ମିଳିତ ଆନୁକୂଲ୍ୟରେ ନୂଆ ନୂଆ କୃଷି ପଦ୍ଧତି ମାଧ୍ୟମରେ ଚାଷୀ ଓ ଚାଷର ଉନ୍ନତି ପାଇଁ ବଳିଷ୍ଠ ପଦକ୍ଷେପ ମାନ ଗ୍ରହଣ କରି ଚାଷୀମାନଙ୍କର ଅତ୍ୟନ୍ତ ନିକଟତର ହୋଇପାରିଛି । ଶ୍ରୀ ଗଣେଶ ଚତୁର୍ଥୀ ଅବସରରେ କୃଷି ଉତ୍ପାଦକ କମ୍ପାନୀ ବାଙ୍କୀ ଗୋପାଳପୁର ଠାରେ ଲାଇଭ୍ଲିହୁଡ୍ ଅଲ୍ଟରନେଟିଭ ଭୂବନେଶ୍ବର ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସମ୍ବିତ ତ୍ରିପାଠୀ ମା ଚର୍ଚ୍ଚିକା କୃଷି ଉତ୍ପାଦକ କମ୍ପାନୀର କୃଷି ପରାମର୍ଶ କେନ୍ଦ୍ର ର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ କୃଷକ ମାନଙ୍କ ଉନ୍ନତି ରେ ଗୁରୁତ୍ବାରୋପ କରିଥିଲେ । ରୋଗ ପୋକ ଚିହ୍ନଟ ଓ ନିରାକରଣ ଉପରେ କୃଷି ବିଶେଷଜ୍ଞ ମାନଙ୍କର ସହାୟତା, ମାଟିର ନମୁନା ପରୀକ୍ଷା, ଡ୍ରୋନ ମାଧ୍ୟମରେ ଚାଷର ମାନ ନିରୁପଣ, ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର କୃଷିକୁ ଗୁରୁତ୍ୱ ଆଦି ବିଷୟରେ ଆଲୋକପାତ କରିଥିଲେ । ଆଧୁନିକ ବ୍ୟାଟେରୀ ଚାଳିତ ସ୍ପେୟାର ମେସିନ ଓ ଚାଷପଯୋଗି ଆଧୁନିକ ଜ୍ଞାନ କୌଶଳ ଯୋଗାଇ ଦେବା କମ୍ପାନୀ ର ମୂଳ ଲକ୍ଷ୍ୟ ଅଟେ । ସେହିପରି ଚାଷୀ ଉତ୍ପାଦିତ ସାମଗ୍ରୀ ର ଅଭାବି ବିକ୍ରିକୁ ରୋକିବା ସହିତ ସୁଲଭ ମୂଲ୍ୟ ବଜାର ସୃଷ୍ଟି କରିବା , ଖାଉଟି ସିଧାସଳଖ ବ୍ଯବସାୟ କୁ ଲାଭଜନକ କରି ଚାଷୀ ଆୟକୁ ଦ୍ବିଗୁଣିତ କରିବା କମ୍ପାନୀ ର ଅନ୍ୟତମ ଉଦ୍ଦେଶ୍ୟ ।
ସ୍ବାବଲମ୍ବୀ କୃଷକ ଓ ଆତ୍ମନିର୍ଭର ଭାରତ ଗଠନ କମ୍ପାନୀ ର ଆଉ ଏକ ବଳିଷ୍ଠ ଉଦ୍ୟମ । କମ୍ପାନୀ ତରଫରୁ ସାର, ବିହନ, ପନିପରିବା ମଞ୍ଜି ଓ କିଟନାସକ ଆଦି ସୁଲଭ ଓ ରିହାତି ଦରରେ ଯୋଗାଇ ଦେଇ ଚାଷୀର ଆର୍ଥିକ ମେରୁଦଣ୍ଡ କୁ ସୁଦୃଢ଼ କରିବା ଭଳି କାର୍ଯ୍ୟ ପ୍ରଶଂସନୀୟ ଅଟେ । ଏହି ସବୁ କାର୍ଯ୍ୟକୁ ମଞ୍ଚାସୀନ ଅତିଥି ମାନେ କୃଷି ଉତ୍ପାଦକ କମ୍ପାନୀ ର ପରିଚାଳନା ନିର୍ଦ୍ଦେଶକ ତଥା ସମାଜସେବୀ ଅଜୟ କୁମାର ସ୍ବାଇଁ ଓ ସମସ୍ତ ସଦସ୍ୟ ମାନଙ୍କୁ ସାଧୁବାଦ ଜଣାଇଛନ୍ତି । ପଦ୍ମଲୋଚନ ନାୟକ, ସିଦ୍ଧେଶ୍ବର ପାଇକରାୟ, ସୁରେଶ କୁମାର ଦାସ, ସିଇଓ ମଦନମୋହନ ରାଉତଙ୍କ ସମେତ ଚାଷୀ ଚନ୍ଦନ କୁମାର ନାୟକ, ପ୍ରଭାତ ରଣା, ସୁରେନ୍ଦ୍ର କୁମାର ବିଶ୍ବାଳ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ମୁଖ୍ୟବକ୍ତା ଭାବରେ ସରୋଜ କୁମାର ରଣା, ସମାଜସେବୀ ଦିଲ୍ଲୀପ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମ ଅବସରରେ ଚାଷୀ ଶ୍ଯାମ ସୁନ୍ଦର ଦାସ ଓ ଅଦ୍ଯୈତ ନାୟକଙ୍କୁ ଉତରୀୟ ଓ ପୂଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା ।

